Latest Odisha News

BREAKING NEWS

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ ସଙ୍କଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରିଛନ୍ତି । ସରକାର ଭାଙ୍ଗିବା ଫଳରେ ଖୁବ୍ ଶୀଘ୍ର ନିର୍ବାଚନ କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ୩୦ରୁ ପ୍ରଥମ ପର୍ଯ୍ୟାୟ ଓ ମେ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ଶନିବାର ପ୍ରଧାନମନ୍ତ୍ରୀ ପାର୍ଟି ଅଧ୍ୟକ୍ଷ ପୁଷ୍ପକମଲ ଦହଲ, ସଚିବାଳୟର ସଦସ୍ୟ ରାମ ବାହାଦୂର ଥାପ୍ପାଙ୍କ ଉପସ୍ଥିତିରେ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ସରକାର ବଂଚାଇ ପାରିବା ରାସ୍ତା ମିଳି ନ ଥିଲା । ବର୍ତମାନ ଅନ୍ୟ ରାଜନୈତିକ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ପ୍ରସ୍ତୁତ ହେଉଛନ୍ତି ।

Leave A Reply

Your email address will not be published.