Latest Odisha News

BREAKING NEWS

ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ପୁତୁରା

ଅନୁଗୁଳ : ଅନୁଗୁଳ ହଣ୍ଡପା ଥାନା ପ୍ରତାପପୁର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ଜଣ ପୁତୁରା । ମୃତକ ହେଲେ ଗଙ୍ଗା ନାଗ । ଦାଦାକୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ ପୋଲିସ ।

ସୂଚନା ଅନୁସାରେ, ପରିବାର ମଧ୍ୟରେ କୌଣସି କରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି ରାତିରେ ପୁଣି ଥରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୩ ଜଣ ପୁତୁରା ଠେଙ୍ଗାରେ ପିଟି ପିଟି ଦାଦା ଗଙ୍ଗା ନାଗକୁ ହତ୍ୟା କରିଥିଲେ । ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ନାମ ଜଣା ପଡିବ ବୋଲି କହିଛି ପୋଲିସ । ମୃତ ଗଙ୍ଗାଙ୍କ ମା’ ଯଶୋଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.