Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ

ଭୁବନେଶ୍ଵର: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ଡ. ସଚ୍ଚି ଦାସ । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା “ଟିପଚିହ୍ନ” । ଛାତ୍ରାବସ୍ଥାରେ ସେ ଗୁରୁ “ଶ୍ୟାମସୁନ୍ଦର ଧୀର”ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ “ଜନତା ରଙ୍ଗମଞ୍ଚ” ସହିତ ଜଡ଼ିତ ହୋଇଥିଲେ । “ଏବଂ ଆମେ” ନାମକୁ ନାଟ୍ୟ ଅନୁଷ୍ଠାନ ଗଠନ କରି, ସଚ୍ଚି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଛନ୍ତି । ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର ଓ ଡ୍ରାମାରେ ଜମିଦାର ଵା ସମ୍ଭ୍ରାନ୍ତ ଘରର ମୁରବୀ ଭାବରେ ଅଭିନୟ କରି ଖୁବ ସୁନାମ ଅର୍ଜି ଥିଲେ ।

Leave A Reply

Your email address will not be published.