Latest Odisha News

BREAKING NEWS

ଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ହାଡଭଙ୍ଗା ଶୀତରେ ବି ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ

ଅଯୋଧ୍ୟା: ଆଜିର ସକାଳ ଆମ ଦେଶ ପାଇଁ ସତେ ଯେପରି ଏକ ନୂତନ ସକାଳ । ସମସ୍ତ ରାମଭକ୍ତଙ୍କ ପାଇଁ ଆଜିର ଦିନ ସବୁଠାରୁ ଖାସ୍ । କାରଣ ଆଜିଠାରୁ ସମସ୍ତ ରାମଭକ୍ତ ତାଙ୍କ ଆରାଧ୍ୟଙ୍କ ଦର୍ଶନ ପାଇବେ । ସେଥିପାଇଁ ଅଯୋଧ୍ୟା ରାମ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଖଚାଖଚ ଭିଡ । ଅଯୋଧ୍ୟାରେ ବର୍ତ୍ତମାନ ତାପମାତ୍ରା ୬ଡିଗ୍ରୀ ରହିଛି । କିନ୍ତୁ ଏହି ହାଡ ଭଙ୍ଗା ଶୀତକୁ ଖାତିର ନ କରି ବଡି ଭୋରୁ ଭକ୍ତ ମାନେ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଆଉ ସମସ୍ତଙ୍କ ପାଟିରେ କେବଳ ଗୋଟିଏ ଶବ୍ଦ-‘ଜୟ ଶ୍ରୀରାମ’ ।

ଗତକାଲି ଶୁଭ ମୁହୂର୍ତ୍ତରେ ସମସ୍ତ ବିଧିବିଧାନ ସହ ସମ୍ପର୍ଣ୍ଣ ହୋଇଛି ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟ । ଏଥିସହ କୋଟି କୋଟି ରାମଭକ୍ତଙ୍କ ୫୦୦ବର୍ଷର ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି । ଗତକାଲି ସର୍ବସାଧାରଣ ଦର୍ଶନ ବାରଣ ଥିବାରୁ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାମମନ୍ଦିର ପହଡ । ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ।

ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଲାଲାଙ୍କ ନୀତି ପାଇଁ ସମସ୍ତ ସମୟ ନିର୍ଘଣ୍ଟ କରାଯାଇଛି । ପ୍ରଭୁ ରାମଲାଲାଙ୍କ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଚାଲିବ । ତେବେ ସକାଳ ୮ଟାରୁ ମଧ୍ୟାହ୍ନ ୧୧ଟା ପଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ । ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ୬.୩୦ରେ ସକାଳ ଧୁପ କରାଯିବ । ଏହାପରେ ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ଭୋଗ ଆଳତି ଓ ସନ୍ଧ୍ୟା ୭.୩୦ରେ ସନ୍ଧ୍ୟା ଆଳତି ଓ ରାତ୍ରୀ ୮.୩୦ରେ ରାମଲାଲାଙ୍କ ଅନ୍ତିମ ଆଳତି କାରାଯାଇ ତାଙ୍କର ଶୟନ ପାଇଁ ବ୍ୟବସ୍ଥା କରାଯିବ ।

 

Leave A Reply

Your email address will not be published.