Latest Odisha News

BREAKING NEWS

ବିଜୁ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପାରାଦୀପ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସକୁ ସାରା ରାଜ୍ୟରେ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ମୂଖ୍ୟମନ୍ତ୍ରୀ ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ନଗର ବିଜୁ ଜନତା ଦଳର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ବିଜେଡି ରାଜ୍ୟ ସଂପାଦକ ସନ୍ତୋଷ ପଟ୍ଟନାୟକଙ୍କ ସହ ଦଳର କର୍ମୀଙ୍କ ଗହଣରେ ଏକ କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ।

ଏହି ଜନ୍ମ ଦିନ ପାଳନ ଅବସରରେ ବିଜୁ ମେମୋରିଆଲ୍ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏନେଇ ମୂଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ମୂଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଏକ ଅଭୂଲା ସ୍ମୃତି ହୋଇ ରହିବ ବୋଲି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ କହିଛନ୍ତି।

Leave A Reply

Your email address will not be published.