ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ନବୀନ ବାବୁଙ୍କ କାର୍ଯ୍ୟକଳାପ ଯୋଗୁ ଆଜି ସାରା ବିଶ୍ବରେ ଓଡ଼ିଆଙ୍କୁ ପରିଚୟ ମିଳିପାରିଛି ବୋଲି ସେ କହିଛନ୍ତି। ଉତ୍କଳ ଆସୋସିଏସନ୍ ମାଡ଼୍ରାସର ସଭାପତି ପବିତ୍ର ମୋହନ ମାଝୀ ଯୋଗଦେଇ କହିଥିଲେ ଯେ, ଚେନ୍ନାଇରେ ଓଡ଼ିଆ ଭବନ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ରହିଥିଲା। ଏହାକୁ ପ୍ରତିଷ୍ଠା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି। ସେ ସର୍ବଦା ପ୍ରବାସୀ ଓଡ଼ିଆଙ୍କ କଥା ଚିନ୍ତା କରିଥାନ୍ତି ବୋଲି ସଭାପତି ମାଝୀ କହିଥିଲେ। ସମ୍ପାଦକ ପ୍ରଭାସ ପତି କୋଭିଡ଼ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇ ବିଶାଳ କେକ୍ କାଟିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
BREAKING NEWS
- Cold Wave: ଜାଡରେ ଥରିବ ରାଜ୍ୟ! ଓଡିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ପାରଦ!
- US Disables Cargo Ship: ଚେତାବନୀକୁ ଅଣଦେଖା କରିବା ପଡ଼ିଲା ମହଙ୍ଗା, ଓମାନ ଉପସାଗରରେ ଜାହାଜ ଉପରେ ଆମେରିକାର ବୋମାମାଡ଼
- ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ
- Pak PM’s Diwali Greetings: ବଦଳିଗଲା ଶେହବାଜ ସରିଫଙ୍କ ସ୍ୱର! ଦୀପାବଳିରେ ହିନ୍ଦୁଙ୍କୁ ଜଣାଇଲେ ଶୁଭେଚ୍ଛା, କହିଲେ, ‘ପାକିସ୍ତାନର ଅବିଚ୍ଛେଦ୍ୟ ଅଙ୍ଗ’
- ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଏନଡିଏର ବିଜୟ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଭବିଷ୍ୟବାଣୀ
- Salman Gets Emotional: ବିଗ୍ବସ୍ ୨୦ ମଞ୍ଚରେ କାହିଁକି ଭାବୁକ ହେଲେ ସଲମାନ? ଲୁହ ଛଳଛଳ ହେଲା ଆଖି!
- ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡିଶାରେ ରହିବେ ଓରାଙ୍ଗଓଟାନ!
- କେମିତି ତିଆରି ହୋଇଥିଲା ଫିଲ୍ମ ରାମାୟଣ ପାଇଁ ଅଳଙ୍କାର, ଲାଗିଥିଲା କେତେ ଦିନ…
- Diwali Celebrations: ବଡବଡୁଆ ଡାକ, କାଳୀପୂଜା, ନରକାସୁର ବଦ୍ଧ…ଝଲକୁଛି ‘ବିଭିନ୍ନତା ଭିତରେ ଏକତା’ର ଅନନ୍ୟ ଚିତ୍ର, ଜାଣନ୍ତୁ ଦେଶର ବିଭିନ୍ନ ସ୍ଥାନରେ କେମିତି ପାଳନ୍ତି ଦୀପାବଳି?
- Firecracker Smoke: ଆଜ୍ମା ରୋଗୀଙ୍କ ପାଇଁ କ୍ଷତିକାରକ, ଆଖି ଓ ଫୁସଫୁସକୁ କେମିତି ରଖିବେ ସୁରକ୍ଷିତ ?
Comments are closed.