Latest Odisha News

BREAKING NEWS

ହିନ୍ଦୁଙ୍କ ଉଦ୍ଦେଶ୍ୟରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ କଲେ ଟୁଇଟ: ପାକିସ୍ତାନ, ବଂଲାଦେଶକୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ଇସଲାମ ବିରୋଧୀ ନେତା ତଥା ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ  ଗୀର୍ଟ ବିଲ୍ଡର୍ସ ଅନେକ ସମୟରେ ତାଙ୍କର କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିଲ୍ଡର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବିଲ୍ଡର୍ସ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ସେ ହିନ୍ଦୁମାନଙ୍କୁ ବାର୍ତ୍ତା ଦେଇଛନ୍ତି ।

ସେ କହିଛନ୍ତି, ଭାରତରୁ ଅନେକ ପ୍ରକାର ବାର୍ତ୍ତା ଆସିଛି । ମୁଁ ସବୁବେଳେ ସେଇ ହିନ୍ଦୁମାନଙ୍କୁ ସମର୍ଥନ କରିବି ଯେଉଁମାନେ କେବଳ ହିନ୍ଦୁ ହୋଇଥିବା କାରଣରୁ ବଂଲାଦେଶ, ପାକିସ୍ତାନରେ ଆକ୍ରମଣର ଶିକାର ହେଉଛନ୍ତି କିମ୍ବା ତାଙ୍କୁ ହତ୍ୟା ଧମକ ଦିଆଯାଉଛି କିମ୍ବା ସେମାନଙ୍କ ଉପରେ ମୋକଦ୍ଦମା ଚଲାଯାଉଛି ।

ରିପୋର୍ଟ ଅନୁସାରେ, ଗ୍ରୀଟ ବିଲ୍ଡର୍ସଙ୍କ ବିଜୟ କେବଳ ନେଦରଲାଣ୍ଡ ରାଜନୀତି ନୁହେଁ ବରଂ ସାରା ୟୁରୋପୀୟ ରାଜନୀତିକୁ ହଲଚଲ କରି ଦେଇଛି । ବିଲ୍ଡର୍ସଙ୍କ ପାର୍ଟି ଫ୍ରମ ଫ୍ରିଡମ ଏହି ନିର୍ବାଚନରେ ସବୁଠାରୁ ଆଗରେ ଅଛନ୍ତି । ସବୁ ଦଳକୁ ମାତ ଦେଇ ସେ୧୫୦ ଆସନରୁ ୪୩ ଆସନରେ ବିଜୟ ଲାଭ କରିଛନ୍ତି । ଗତ ନିର୍ବାଚନରା ତାଙ୍କ ଦଳକୁ  । ୧୭ଟି ଆସନ ମିଳିଥିଲା ।

Leave A Reply

Your email address will not be published.