Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ଟିମ୍‌ ଇଣ୍ଡିଆ

ଆଡିଲେଡ୍‌ : ପୁଣି ସାଉଥ ଆଫ୍ରିକା ପାଇଁ ଲକ୍ କାମ ଦେଇନି । ଟ୍ବେଣ୍ଟି -20 ବିଶ୍ବକପରେ ଆଜିର ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । କ୍ରିକେଟରେ ସବୁ ଅନିଶ୍ଚିତ ଏହା ପୁଣି ପ୍ରମାଣିତ ହୋଇଛି । ଭାରତକୁ ହରାଇଥିବା ସାଉଥ ଆଫ୍ରିକା ଆଜି ନେଦରଲ୍ୟାଣ୍ଡଠାରୁ ପରାସ୍ତ ହୋଇ ବିଶ୍ବକପରୁ ବିଦାୟ ନେଇଛି । ବିଶ୍ବକପରେ ଏଥର ଆୟରଲ୍ୟାଣ୍ଡ ଇଂଲଣ୍ଡକୁ ହରାଇଥିବା ବେଳେ ଜିମ୍ବାଓ୍ବେ ପାକିସ୍ତାନକୁ ହରାଇଛି ଆଉ ନେଦରଲ୍ୟାର୍ଡ ସାଉଥ ଆଫ୍ରିକାକୁ ହରାଇ ଇତିହାସ ସୃଷ୍ଟି କରିଛି ।

ସାଉଥ ଆଫ୍ରିକା ହାରିବା ପରେ ଗ୍ରୁପ ୨ରୁ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସେମିଫାଇନାଲ ପ୍ରବେଶ କରିଛି ।

ଆଜି ସାଉଥ ଆଫ୍ରିକାକୁ ୧୩ ରନରେ ହରାଇଛି ନେଦରଲାଣ୍ଡ । ସାଉଥ ଆଫ୍ରିକାର ପରାଜୟ ସହିତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ଆଜିର ଦ୍ବିତୀୟ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଯିଏ ଜିତିବ ସେହି ଦଳ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ଖେଳିବ । ଏପରିକି ବାଂଲାଦେଶ ଯଦି ପାକିସ୍ତାନକୁ ପରାସ୍ତ କରେ ବାଂଲାଦେଶ ମଧ୍ୟ ସେମିଫାଇନାଲ ଖେଳିବା ଆଶଙ୍କା ସୃଷ୍ଟି ହୋଇଛି ।

ଆଜି ସାଉଥ ଆଫ୍ରିକା ପ୍ରଥମେ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେଦରଲ୍ୟାଣ୍ଡ ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୧୫୮ ରନ୍ କରିଥିଲା । ୧୫୯ ରନର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସାଉଥ ଆଫ୍ରିକା ବିଜୟ ଲକ୍ଷରୁ ୧୩ ରନ ପଛରେ ରହିଯାଇଥିଲା । ପ୍ରଥମରୁ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡ଼କୁ ଲଗାତାର ଉଇକେଟ ହରାଇବାରୁ ସାଉଥ ଆଫ୍ରିକା ଲକ୍ଷ୍ୟଠାରୁ ଦୂରେଇ ଯାଇଥିଲା ।

ସାଉଥ ଆଫ୍ରିକା ପକ୍ଷରୁ କ୍ବିଣ୍ଟନ ଡି’ କକ୍ ୧୩ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଟେମ୍ବା ବାଭୁମା ୨୦ ରନ କରି ଆଉଟ ହୋଇଥିଲେ । ରିଲେ ରୋଷୋ ୨୫ରନ, ଏଡେନ୍ ମାର୍କରମ ୧୭ରନ, ଡେଭିଡ୍ ମିଲର ୧୭ରନ, ହେନରିକ୍ କ୍ଲାସେନ ୨୧ ରନ, ଓ୍ବେନ ମାର୍ନେଲ ୦, କେଶବ ମହାରାଜ ୧୩ରନ କରି ଆଉଟ ହୋଇଥିଲେ । କାଗିସୋ ରାବାଡା ୯ରନ ଏବଂ ଏନରିଚ୍ ନୋର୍କିୟା ୪ ରନ କରି ନଟଆଉଟ ଥିଲେ ।

Leave A Reply

Your email address will not be published.