Latest Odisha News

ବିଚିତ୍ର ବିଶ୍ୱର ଅଭେଦ୍ୟ ରହସ୍ୟ !

ଭୁବନେଶ୍ୱର: ବିଚିତ୍ର ବିଶ୍ୱ । ତା ସୃଷ୍ଟିର ରହସ୍ୟ ବି ଅଭେଦ୍ୟ । ପ୍ରତ୍ୟେକ ଦିନ ଏହି ଧରାପୃଷ୍ଠରେ ସାମ୍ନାକୁ ଆସିଥାଏ କିଛି ନା କିଛି ଅଦ୍ଭୁତ । ଏଇ ଯେମିତି ସାମ୍ନାକୁ ଆସିଛି ଏହି ବିଚିତ୍ର ତଥା ମୃତ ସାମୁଦ୍ରିକ ଜୀବ । ସମୁଦ୍ର କୂଳରେ ଲାଗିଥିବା ଏହି ମୃତ ଜୀବ ଏବେ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

ଲଣ୍ଡନର ଏନ୍ସଇଡେଲ୍ ସମୂଦ୍ର କୂଳକୁ ଭାସି ଆସିଛି ଏହି ଅଜଣା ସାମୁଦ୍ରିକ ଜୀବ । ପ୍ରାୟ ୧୫ ଫୁଟ୍ ଲମ୍ବା ଏହି ଅଜଣା ଜୀବ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ହାତୀ ? ହ୍ୱେଲ ? କି ଅନ୍ୟ କିଛି ? ଏ ନେଇ ଇଣ୍ଟରନେଟ୍‌ରେ ଚାଲିଛି ଅଗଣିତ ଆକଳନ ।

ଏନ୍ସଇଡେଲ୍ କମ୍ୟୁନିଟି ଗ୍ରୁପରେ ଏହି ଫଟୋଟି ଜୁଲାଇ ୨୯ରେ ଶେୟାର ହୋଇଥିଲା । ସେବେଠୁ ଭାଇରାଲ୍ ହୋଇଥିବା ଏହି ଫଟୋକୁ ନେଇ ଅନେକ ଲୋକ ବିଭିନ୍ନ ମତ ଦେଇଚାଲିଛନ୍ତି । ମୃତ ଜୀବକୁ ନେଇ ଏବେ ବି ଛାନଭିନ୍ ଚାଲିଛି ।

Comments are closed.