Latest Odisha News

BREAKING NEWS

ମସ୍ତିଷ୍କ ପଢ଼ି ପାରୁଥିବା ନ୍ୟୁରୋଟେକ୍ନୋଲୋଜି ଡିଭାଇସ ସାଜିପାରେ ମାରାତ୍ମକ

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ହେବା ଭଲ କଥା । ମାତ୍ର ତାହା ଯଦି ମନୁଷ୍ୟର ବିନାଶ ପାଇଁ କାର୍ଯ୍ୟ କରେ ତାହାକୁ ଆମେ କଣ କହିବା ? ଅତ୍ୟାଧୂନିକ ଜ୍ଞାନକୌଶଳର ବଶୀଭୂତ ହୋଇ ଆମେ ନିଜେ ନିଜର ସମସ୍ତ ପ୍ରାଇଭେଟ ତଥ୍ୟ ଉଜାଗର କରିବାରେ ଲାଗିଛି । ଏହା କେତେ ଯେ, ଭୟଙ୍କର ତାହା ଅନୁମାନ କରି ହେବନି । ଏବେ ବୈଜ୍ଞାନିକମାନେ ଏପରି ଡିଭାଇସ ସବୁ ବାହାର କଲେଣି ଯାହାକି ଆଗାମୀ ଦିନରେ ସବୁ କିଛି ପଦାରେ ପକାଇ ଦେବ । ମସ୍ତିଷ୍କ ପଢ଼ି ପାରୁଥିବା ନ୍ୟୁରୋଟେକ୍ନୋଲୋଜି ଡିଭାଇସ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି ।

ଏହି ଡିଭାଇସ ଜଣଙ୍କ ମସ୍ତିଷ୍କ ଲଗାଇଲେ ସେ କଣ ଭାବୁଛନ୍ତି ତାହା ଜଣା ପଡିଯିବ । ବିଶେଷଜ୍ଞଙ୍କ ମତରେ ଏ ନେଇ ସ୍ୱତନ୍ତ୍ର ଆଇନ ପ୍ରଣୟନ କରା ନ ଗଲେ ମାନବ ଜାତି ପ୍ରତି ବିପଦ ସୃଷ୍ଟି ହେବ । ୧୮ଟି କମ୍ପାନୀ ଅଧିକ ଅର୍ଥ ପ୍ରଦାନ କରି ଉପଭୋକ୍ତାଙ୍କୁ ତାଙ୍କ ମସ୍ତିଷ୍କର ଡାଟା ଦେବା ପାଇଁ ବାଧ୍ୟ କରାଉଛନ୍ତି । ଏହି ନ୍ୟୁରୋଟେକ୍ନୋଲୋଜି ଉପରେ ବିଶେଷ ଭାବେ କାହାର ଧ୍ୟାନ ଯାଇ ନାହିଁ । ଯାହାର ଫାଇଦା କମ୍ପାନୀମାନେ ଉଠାଇବା ଆରମ୍ଭ କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ମସ୍ତିଷ୍କର ଡାଟା ବିକ୍ରି ପ୍ରକ୍ରିୟା ମଧ୍ୟ କମ୍ପାନୀ ଆରମ୍ଭ କରି ସାରିଛନ୍ତି ।

୨୦୧୦ରୁ ୨୦୨୦ ମଧ୍ୟରେ ନ୍ୟୁରୋଟେକ୍ନୋଲୋଜି କ୍ଷେତ୍ରରେ ୨୨ ଗୁଣ ଇନଭେଷ୍ଟମେଂଟ ବଢ଼ି ଯାଇଛି । କମ୍ପାନୀମାନେ ୨.୭୦ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏଥିରେ ଲଗାଇ ସାରିଛନ୍ତି । କଲମ୍ବିଆ ବିଶ୍ୱ ବିଦ୍ୟାଳୟର ନ୍ୟୁରୋ ସାଇଂଟିଷ୍ଟ ରାଫେଲ ୟୁସ୍ତେ ନ୍ୟୁରୋ ଫାଇଟ୍ସ ଫାଉଣ୍ଡେସନର ସ୍ଥାପନ କରିଛନ୍ତି । ମସ୍ତିଷ୍କ ଆମର । ଏହା ଉପରେ କୌଣସି ପ୍ରକାରର ଅଧିକାର ଅନ୍ୟକୁ ମିଳିବା ଉଚିତ ନୁହେଁ । ବିଭିନ୍ନ ଦେଶ ଏବେଠାରୁ ସତର୍କ ହେବାକୁ ସେ ପରାଶର୍ମ ଦେଇଛନ୍ତି ।

Leave A Reply

Your email address will not be published.