Latest Odisha News

ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଏସିଆନ ଗେମ୍ସରେ ଭାରତ ଗ୍ରୁପ ଏରେ ଚୀନ, ବାଂଲାଦେଶ ଓ ମ୍ୟାନମାର ସହ ରହିଛି । ଯାହାକି ଅପେକ୍ଷାକୃତ ସହଜ ଡ୍ର ଭାବେ ବିବେଚନା କରାଯାଉଛି । ସେହିପରି ବିଶ୍ୱକପ ୨୦୨୬ ଏଏଫସି କ୍ୱାଲିଫାଇଂ ରାଉଣ୍ଡ ୨ର କାର‌୍ୟ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ ଗ୍ରୁପ ଏରେ କତାର ଓ କୁଏଟ ସହିତ ରହିଛି । ଏହି ଗ୍ରୁପରେ ଅନ୍ୟ ଦଳ ଭାବେ ଆଫଗାନିସ୍ତାନ ଓ ମଙ୍ଗୋଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତା ମଧ୍ୟ ସ୍ଥାନ ପାଇବ । ମାଲେସିଆର କୁଆଲାଲମ୍ପୁରରେ ଏଏଫସି ହାଉସରେ ଏହି ଡ୍ର ଘୋଷଣା କରାଯାଇଛି । ଭାରତ ନିକଟରେ ସାଫ ଚାମ୍ପିୟନଶିପ ଫାଇନାଲରେ କୁଏଟକୁ ହରାଇଥିବା ବେଳେ ଗତ ବିଶ୍ୱକପ କ୍ୱାଲିଫାଇଂରେ କତାର ସହ ମ୍ୟାଚ ଡ୍ର ରଖିଥିଲା ।

ଏଏଫସି ଯୋଗ୍ୟତା ପର‌୍ୟ୍ୟାୟ ଦ୍ୱିତୀୟ ରାଉଣ୍ଡରେ ୩୬ଟି ଟିମ ସାମିଲ ହେବେ । ୯ଟି ଗ୍ରୁପରେ ହୋମ ଓ ଆୱେ ଫର୍ମାଟରେ ଖେଳାଯିବ । ଶୀର୍ଷ ୨ଟି ସ୍ଥାନ ହାସଲ କରିଥିବା ଟିମ କ୍ୱାଲିଫିକେଶନର ତୃତୀୟ ରାଉଣ୍ଡରେ ପ୍ରବେଶ କରିବେ । ଏହା ବ୍ୟତୀତ ଏହି ୨ ଦଳ ଏସୀୟ କପ ୨୦୨୭ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଅନ୍ୟ ଟିମଗୁଡିକ ଏସୀୟ କପ କ୍ୱାଲିଫିକେଶନର ତୃତୀୟ ରାଉଣ୍ଡକୁ ଉନ୍ନୀତ ହେବେ । ଭାରତ ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ଉଦ୍ୟମ କରିବା ଜରୁରୀ । ଯଦି ଏହା ହୁଏ ତାହାହେଲେ ଜାତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଭାରତ ଏସିଆ କପ ପାଇଁ ଯୋଗ୍ୟତା ହାସଲ କରିବା ସହ ବିଶ୍ୱକପରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି କରି ପାରିବ ।

Leave A Reply

Your email address will not be published.