Latest Odisha News

BREAKING NEWS

ପୁଣି ଅଲୋଡା ଶିଶୁ କନ୍ୟା: ପାଇଖାନାରୁ ଉଦ୍ଧାର ହେଲା ନବଜାତକ

ବଲାଙ୍ଗିର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ପାଇଖାନାରେ ପଡିଛି ନବଜାତ ଶିଶୁ କନ୍ୟା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର  ଭୀମଭୋଇ ମେଡିକାଲରେ ।  ପାଇଖାନାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି  । ପରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଏବଂ କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ।

ସୂଚନା ମୂତାବକ ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍‌ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଦିନେ କିମ୍ବା ଦୁଇଦିନ ତଳେ ଶିଶୁଟି ଜନ୍ମ ହୋଇଥିବା ଅନୁମାନ କରାଯାଉଥିବାବେଳେ ଜନ୍ମ ହେବା ପରେ ତାର ମାଆ ତାକୁ ଛାଡି ଚାଲିଥିବା ସନ୍ଦେହ କରାଯାଉଛି  । ସେପଟେ ଘଟଣାକୁ ନେଇ  ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Comments are closed.