Latest Odisha News

BREAKING NEWS

ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ନେମାର ରଚିଲେ ଇତିହାସ

ନୂଆଦିଲ୍ଲୀ : ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସ ମୁକାବିଲାରେ ବ୍ରାଜିଲର ନେମାର ଜୁନିୟର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବୋଲିଭିଆ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିଥିଲେ । ଏଥିସହ ସେ ମହାନ ଖେଳାଳି ପେଲେଙ୍କୁ ପଛରେ ପକାଇ ବ୍ରାଜିଲର ସର୍ବାଧିକ ଗୋଲସ୍କୋରର ହୋଇଛନ୍ତି । ପେଲେ ୯୨ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୭୭ ଗୋଲ ସ୍କୋର କରିଥିଲେ । ନେମାରଙ୍କ ଗୋଲ ସଂଖ୍ୟା ଏବେ ୭୮ରେ ପଂହଚିଛି । ଏହି ମ୍ୟାଚରେ ବ୍ରାଜିଲ ୫-୧ ଗୋଲରେ ବୋଲିଭିଆକୁ ପରାସ୍ତ କରିଥିଲା ।

ସୂଚନାଯୋଗ୍ୟ, ନେମାର ଅଲ ହିଲାଲ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇ ପାରନ୍ତି । ଏଥିପାଇଁ କ୍ଲବ ତାଙ୍କ ୨ ବର୍ଷ ନିମନ୍ତେ ୪୦୦ ମିଲିୟନ ଡଲାର ଦେବାକୁ ରାଜି ହୋଇଛି । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ପ୍ରୋ ଲିଗରେ ଖେଳିବା ପରେ ଏବେ ୟୁରୋପର ଅନ୍ୟ ଷ୍ଟାର ଖେଳାଳି ଏଥି ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.