Latest Odisha News

ଜନ୍ମ ପରେ ପୁଣି ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ

ନୟାଗଡ଼: ପୁଣି ମେଡିକାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଖବର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରୁ । ଶୁକ୍ରବାର ସମ୍ବଲପୁର ଜିଲ୍ଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ତତା ଆଜି ପୁଣି ଏହି ଖବର ନୟାଗଡରୁ ଆସିଛି ।

ଖବର ମୁତାବକ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଚିସ୍ମିତା ପରିଡ଼ା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ l ଉକ୍ତ ସମୟରେ ସୁଚିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ଉପସ୍ଥିତ ନ ଥିଲେ । କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ଛୁଆଟିକୁ ଦେଖିବାକୁ କହିଥିବାବେଳେ ଛୁଆକୁ ଆଉ ପାଇ ନ ଥିଲେ ।

ଏନେଇ ପରିବାର ଲୋକେ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ । ହେଲେ ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନ ଥିବାରୁ ଗାଏବ ହୋଇଥିବା ଶିଶୁର ପିତା ବିଜୟ କୁମାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.