Latest Odisha News

ଭୟ ବଢାଇଲା କରୋନା: ଓଡିଶାରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ଵର: ଚିନ୍ତା ବଢାଇଲା କରୋନାର ନୂଆ ଭାଇରାଣ୍ଟ । ଦେଶ ପରେ ଏବେ ରାଜ୍ୟରେ ଚିହ୍ନଟ ହେଲା JN.1 ଭାରିଆଣ୍ଟ । ରାଜ୍ୟରେ ୨ ଜଣ କରୋନାର ନୂତନ ଭାରିଆଣ୍ଟ JN.1ରେ ଆକ୍ରାନ୍ତ । ଏନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡିଛି । ସେପଟେ ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଏବେ ଚିକିତ୍ସାଧୀନ ରହିଛନ୍ତି । ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି ।

ରାଜ୍ୟରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କର ନମୁନା ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯାଇଥିଲା । ସେଥିରୁ ଦୁଇ ଜଣ JN.1 ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ରାଜ୍ୟରେ କୋଭିଡ ଆକ୍ଟିଭ କେସ ୨୫ ରହିଛି । ସେଥିରୁ ଦୁଇ ଜଣ JN.1 ଆକ୍ରାନ୍ତ । ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି କେରଳ ବୋଲି ଜଣାପଡିଛି । ଦେଶରେ ଜେଏନ1 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଓଡିଶାରେ ଜେଏନ1 ସଂକ୍ରମିତ ଏକ ପ୍ରକାର ଚିନ୍ତାକୁ ବୃଦ୍ଧି କରିଛି ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଗଣ୍ଟା ମଧ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମୃତକଙ୍କ ମଧ୍ୟରୁ ଜଣେ କେରଳର ହୋଇଥିବା ବେଳେ ଆଉ ଜଣେ କର୍ଣ୍ଣଟକର ବୋଲି ଜଣା ପଡିଛି । ବର୍ତ୍ତମାନ ସୁଦ୍ଧା ହସ୍ପଟାଲ୍ ରେ ୪୪୨୩ଟି ସକ୍ରିୟ ମାମଲା ରହିଛି ।

 

Comments are closed.