Latest Odisha News

BREAKING NEWS

୧୦ ମିନିଟ ଚାର୍ଜରେ ୪୮୦ କିମି ଚାଲିବ ଏହି ବ୍ୟାଟେରୀ !

ଭୁବନେଶ୍ୱର: ମାର୍କେଟ ରେ ଇଲେକ୍ଟ୍ରିକ ଗାଡିର ଚାହିଦା ବଢିବାକୁ ଲାଗିଲାଣି | ଏହାକୁ ଦୃଷ୍ଟିରେ ରଖି ଗାଡି କମ୍ପାନୀ ମନେ ନୂଆ ନୂଆ ପରୀକ୍ଷଣ କରିବାକୁ ଲାଗିଲେଣି | ଆଗାମୀ ଦିନରେ ବଜାର କୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଗାଡି କବ୍ଜା କରିନେବ ଏଥିରେ ସନ୍ଦେହ ନାହିଁ | ହେଲେ ଭାରତରେ ଇଲେକ୍ଟ୍ରିକ ଗାଡି କିଣିବା ଗୋଟେ ନୂଆ ଟ୍ରେଣ୍ଡ ହୋଇଗଲାଣି | ସବୁ କମ୍ପାନୀ ଥରେ ଚାର୍ଜରେ ଭଲ ମାଇଲେଜ ଦେବ ଓ କମ ସମୟ ରେ ଚାର୍ଜ ହେଉଥିବ |

ବର୍ତ୍ତମାନ ପେନ ଷ୍ଟେଟ ୟୁନିଭରସିଟି ର ଛାତ୍ରମାନେ ଏମିତି ଏକ ବ୍ୟାଟେରୀ ବନାଇଛନ୍ତି, ଯାହା ମାତ୍ର ୧୦ ମିନିଟ ଚାର୍ଜରେ କରିବାପରେ ଇଲେକ୍ଟ୍ରିକ ଗାଡିକୁ ୩୨୦ ରୁ ୪୮୦ କିମି ମାଇଲେଜ ରେଞ୍ଜ ଦେବ | ସୁପରଫାଷ୍ଟ ‘ସୁପର ଚାର୍ଜର’ ଷ୍ଟେସନରେ ବି ଏହି ଇଭି ଚାର୍ଜ କରିବା ପାଇଁ ବ୍ୟାଟେରୀ ପ୍ୟାକ କୁ ସମ୍ପୂର୍ଣ୍ଣ ରୂପେ ଚାର୍ଜ କରିବା ପାଇଁ ୫୦ ମିନିଟ ର ସମୟ ଲାଗିବ | କିନ୍ତୁ ଆମେରିକା ରେ ବିକଶିତ ଏହି ବ୍ୟାଟେରୀ କିଛି ଭିନ୍ନ ଦାବୀ କରୁଛି |

ଶୀଘ୍ର ଚାର୍ଜ ପାଇଁ ମୁଖ୍ୟତଃ ବ୍ୟାଟେରୀ ରେ ଲିଥିୟମ ପ୍ଲେଟ ଲଗାଇବାକୁ ପଡେ | ଯାହାର ଚାର୍ଜ ଦର ଉଚ୍ଚ ରେଟ ଉପରେ ହୋଇପାରେ | ପେନ ଷ୍ଟେଟ ୟୁନିଭରସିଟି ବ୍ୟାଟେରୀ ଡିଜାଇନ ରେ ଉଚ୍ଚ ତାପମାନ ମଡ୍ୟୁଲେସନ ଉପଯୋଗ କରିବାକୁ ପଡେ ଯାହା ମଧ୍ୟରେ ଚାରଜିଙ୍ଗ ଉପକରଣ ୧୦ ମିନିଟ ପାଇଁ ୬୦ ଡିଗ୍ରୀ ସେଲସିୟସରେ ଗରମ କରିବାକୁ ପଡେ ଓ ପୁଣି କମ ତାପମାତ୍ରା ରେ ଥଣ୍ଡା କରିବାକୁ ପଡେ |ଏହି ପ୍ରୋସେସ ରେ ଲିଥିୟମ ର ଏହି ପ୍ଲେଟ ରେ ବିନା ସୀମିତ ସମୟରେ ବ୍ୟାଟେରୀ କୁ ଚାର୍ଜ କରେ , ଯାହା ଫଳରେ ବ୍ୟାଟେରୀ ଖରାପ ହେବା ବିପଦ କାମ ହୋଇଥାଏ |

Leave A Reply

Your email address will not be published.