Latest Odisha News

BREAKING NEWS

PF ନିୟମରେ ବଡ଼ ପରିବର୍ତ୍ତନ: ଏବେ ମାସକୁ ମାତ୍ର ୧୮୦୦ ଟଙ୍କା ପିଏଫ୍ କଟିବ, ହାତକୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ: ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ‘EPF ସ୍କିମ୍ ୨୦୨୬’ ଲାଗୁ କରାଯାଇଛି, ଯାହା ଦ୍ୱାରା ପିଏଫ୍ କଟାଯିବା ନିୟମରେ ବଡ଼ ପରିବର୍ତ୍ତନ ଆସିଛି। ଏଣିକି କମ୍ପାନୀଗୁଡ଼ିକ ଆପଣଙ୍କ ମୂଳ ଦରମା ଉପରେ ଯେତେ ଅଧିକ ପିଏଫ୍ କାଟୁଥିଲେ, ତାହା ଆଉ ବାଧ୍ୟତାମୂଳକ ହୋଇ ରହିବ ନାହିଁ।

 

ନୂଆ ନିୟମ ଅନୁସାରେ, ସରକାର ୧୫ ହଜାର ଟଙ୍କାର ବେସିକ ସାଲାରୀ ସୀମା ଧାର୍ଯ୍ୟ କରିଛନ୍ତି। ଏହି ସୀମା ଉପରେ ୧୨ ପ୍ରତିଶତ ହିସାବରେ ମାସକୁ ମାତ୍ର ୧,୮୦୦ ଟଙ୍କା ପିଏଫ୍ କାଟିବା ବାଧ୍ୟତାମୂଳକ। ଅର୍ଥାତ୍ ଯଦି ଆପଣଙ୍କ ଦରମା ୧ ଲକ୍ଷ ଟଙ୍କା ବି ହୋଇଥାଏ, ତେବେ ମଧ୍ୟ ଆପଣଙ୍କ ପିଏଫ୍ ଖାତାରେ କେବଳ ୧,୮୦୦ ଟଙ୍କା କଟିବ। ଯଦି କେହି କର୍ମଚାରୀ ନିଜ ଭବିଷ୍ୟତ ପାଇଁ ଅଧିକ ସଞ୍ଚୟ କରିବାକୁ ଚାହାଁନ୍ତି, ତେବେ ସେମାନେ ନିଜ ଇଚ୍ଛାରେ ଅଧିକ ପିଏଫ୍ କଟାଇ ପାରିବେ। ଏହା ଏବେ ସମ୍ପୂର୍ଣ୍ଣ ରୂପେ କର୍ମଚାରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।

 

ବର୍ତ୍ତମାନ ଅନେକ କମ୍ପାନୀ ବେସିକ ସାଲାରୀର ୧୨ ପ୍ରତିଶତ ପିଏଫ୍ କାଟୁଛନ୍ତି। ଫଳରେ ଦରମା ଅଧିକ ଥିବା କର୍ମଚାରୀଙ୍କ ଦରମାରୁ ବଡ଼ ଅଂଶ ପିଏଫ୍ ଆକାରରେ କଟିଯାଉଛି। କିନ୍ତୁ ନୂଆ ନିୟମ ପରେ, ଯଦି କର୍ମଚାରୀ ଚାହାଁନ୍ତି, ତେବେ ସେମାନେ ମାତ୍ର ୧,୮୦୦ ଟଙ୍କା କଟାଇ ବାକି ଟଙ୍କାକୁ ଦରମା ଭାବେ ନେଇପାରିବେ। ତେବେ ଏହା କମ୍ପାନୀର ନୀତି ଏବଂ ମାଲିକ-କର୍ମଚାରୀଙ୍କ ଆପୋଷ ବୁଝାମଣା ଉପରେ ନିର୍ଭର କରିବ।

 

କେବଳ ପିଏଫ୍ କଟାଯିବା ନୁହେଁ, ପିଏଫ୍ ଟଙ୍କା ଉଠାଇବା ନିୟମକୁ ମଧ୍ୟ ଅଧିକ ସରଳ କରାଯାଇଛି। ପୂର୍ବରୁ ପିଏଫ୍ ଉଠାଇବା ପାଇଁ ୧୩ଟି ବର୍ଗ ଥିଲା, ଯାହାକୁ କମାଇ ଏବେ ମାତ୍ର ୩ଟି ବର୍ଗରେ ସୀମିତ କରାଯାଇଛି। ଏହା ସହିତ ଆପଣ ନିଜର ଜମା ପୁଞ୍ଜିରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇ ପାରିବେ, କିନ୍ତୁ ଖାତାରେ ଅତିକମରେ ୨୫ ପ୍ରତିଶତ ଅର୍ଥ ବଜାୟ ରଖିବାକୁ ପଡ଼ିବ।

 

ଏହି ପରିବର୍ତ୍ତନ ଫଳରେ ଯେଉଁମାନେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି, ସେମାନେ ଅଧିକ ନଗଦ ଦରମା ପାଇପାରିବେ।

Comments are closed.