Latest Odisha News

BREAKING NEWS

ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ଆରବିଆଇ ଆଣିଲା ନୂଆ ଗାଇଡ଼ଲାଇନ୍ସ…

ଭୁବନେଶ୍ୱର: ଦେଶରେ ବଢିଥିବା ଏଟିଏମ ବ୍ୟବହାର ଠକେଇ ଦିନକୁ ଦିନ ବଢିଚାଲିଛି | ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ନୂଆ ପଦକ୍ଷେପ ନେଇଛି | ନିଜର ଦୁଇମାସିକ ଷ୍ଟେଟମେଂଟ ଅନ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟରୀ ପଲିସ ରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ କିଛି ବ୍ୟାଙ୍କ ନିଜର ଏଟିଏମ ସେବା ପାଇଁ ତୃତୀୟ ପକ୍ଷ ସେବପ୍ରଦାନକରୀ ଉପରେ ନିର୍ଭରଶୀଳ |

ଏଗ୍ରିମେଣ୍ଟରେ ସାଇବର କଣ୍ଟ୍ରୋଲ ସାମିଲ କରିବାକୁ ହେବ:

ଏହି ସେବପ୍ରଦାନକରୀ ଉପରେ ସାଇବର ଆକ୍ରମଣ ବିପଦ ରହିଛି ଏବଂ ଏହା ସହ ପେମେଣ୍ଟ ସିଷ୍ଟମ ସହ ସଂଯୋଗ ହୋଇଥାଏ | ଏଥିପାଇଁ ଆରବିଆଇ ଏହି ଫୈସଲା ନେଇଛି ଯେ ଦ୍ୱିତୀୟ ରେଗୁଲେଟେଡ଼ ସଂସ୍ଥା ପାଇଁ ତୃତୀୟ ପକ୍ଷ ସେବପ୍ରଦାନକରୀ ସହ ଏଗ୍ରିମେଣ୍ଟ ରେ କିଛି ନିଶ୍ଚିନ୍ତ ସାଇବର କଣ୍ଟ୍ରୋଲ ସାମିଲ ରହିବ |

କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଅନିର୍ବାଯ୍ୟ ଗାଇଡ଼ଲାଇନ ରେ ସେବା ପ୍ରଦାନକାରୀ ସାଇବର ସୁରକ୍ଷା ପାଇଁ ପଦକ୍ଷେପ ନେବା ଦରକାର | ସେଥିପାଇଁ ସେମାନେ ନିଜର ଆପ୍ଲିକେସନ ସଫ୍ଟୱେର ରେ କିଛି ବଦଳାଇବାକୁ ପଡିବ ଓ ଲଗାତାର ଏଥିପ୍ରତି ଦୃଷ୍ଟି ଦେବାକୁ ପଡିବ |

୩୧ ଡ଼ିସେମ୍ବର ଏହି ଗାଇଡ଼ଲାଇନ୍ସ ଲାଗୁକରାଯିବ:

ଆରବିଆଇ କହିଛି ଯେ ଏହି ଗାଇଡଲାଇନ୍ସ ଦ୍ୱାରା ସାଇବର ସୁରକ୍ଷା ପାଇଁ ଉପାୟ ସବୁ ସମ୍ବେଦନଶୀଳ ଡାଟା ପ୍ରକ୍ରିୟାକରଣ, ସଂରକ୍ଷଣ ପାଇଁ ନିୟନ୍ତ୍ରଣ ଓ ଟ୍ରାନ୍ସମିସନ , ଫୋରେନସିଂ ଯାଞ୍ଚ କରିବାକୁ ବ୍ୟବସ୍ଥା କରିବା ଓ ଘଟଣା ଘଟିବା ସମୟରେ ତୁରନ୍ତ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ଜରୁରୀ ହେବା ଦରକାର | ରିଜର୍ଭ ବ୍ୟାଙ୍କ ଏହି ଗାଇଡ଼ଲାଇନ୍ସ ୩୧ ଡ଼ିସେମ୍ବର ଲାଗୁକରିବ |

Leave A Reply

Your email address will not be published.