Latest Odisha News

BREAKING NEWS

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଏୟାରପୋର୍ଟରେ ସେମାନଙ୍କ ନିଗେଟିଭ୍ ରିପୋର୍ଟ ଚେକ୍ କରାଯିବ । ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ । ରିପୋର୍ଟ ନେଗେଟିଭ୍ ନଥିଲେ ମୁମ୍ବାଇ ଏୟାରପୋର୍ଟରେ ନମୁନା ପରୀକ୍ଷା କରାଯିବ । ଏହା ପରେ ଯିବା ପାଇଁ ଅନୁମତି ମିଳିପାରିବ ।

ସେହିପରି ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଚଳାଚଳ କରୁଥିବା ଟ୍ରେନର ସବୁ ଯାତ୍ରୀଙ୍କ ପାଇଁ ମଧ୍ୟ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆବଶ୍ୟକ । ମହାରାଷ୍ଟ୍ର ଆସିବାକୁ ହେଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆଣିବାକୁ ହେବ । ମହାରାଷ୍ଟ୍ରକୁ ଆସିବାର ଅତିକମରେ ୯୬ ଘଣ୍ଟା ପୂର୍ବର ରିପୋର୍ଟ ହୋଇଥିବା ଆବଶ୍ୟକ । ରିପୋର୍ଟ ନଥିଲେ ଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ନେଗେଟିଭ୍ ଆସିଲେ ଯିବାକୁ ଅନୁମତି ମିଳିବ । ପଜିଟିଭ୍ ଆସିଲେ କୋଭିଡ୍ କେୟାର ସେଣ୍ଟର ପଠାଇ ଦିଆଯିବ ।

ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ସଡ଼କ ପଥରେ ଆସୁଥିବା ଲୋକଙ୍କ ସୀମାରେ କରୋନା ଲକ୍ଷଣ ଓ ତାପମାତ୍ରା ଚେକ୍ କରାଯିବ । ଲକ୍ଷଣ ନଥିଲେ ଯିବାକୁ ଅନୁମତି ଦିଆଯିବ । ଲକ୍ଷଣ ଦେଖାଦେଲେ ଘରକୁ ଫେରିଯିବା ପାଇଁ ଯାତ୍ରୀଙ୍କୁ ବିକଳ୍ପ ମିଳିବ । ନହେଲେ ଯାତ୍ରୀଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ମାହାରାଷ୍ଟ୍ର ଭିତରକୁ ଯାଇପାରିବେ ।

Comments are closed.