ଭୁବନେଶ୍ୱର: ସରିଲା ଡେଡ୍ଲାଇନ୍ । ପୁରିଲା ୬ ମାସର କଂଟ । ଗାଡି ଚାଳକଙ୍କ ହାତରେ ଆଉ ମାତ୍ର ୨୪ ଘଂଟା । ନୂଆ ମୋଟର ଯାନ ଆଇନ କୋହଳ ହେବାର ଡେଡ୍ଲାଇନ୍ ଆଜି ସରୁଛି । ଏହାପରେ ଆଉ ନିସ୍ତାର ନାହିଁ । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ । ତେବେ ଶେଷ ସମୟରେ ମଧ୍ୟ ଗାଡି କାଗଜପତ୍ର କରିବା ପାଇଁ ବିଭିନ୍ନ ଆର୍ଟିଓ ଅଫିସ୍ରେ ଲମ୍ବା ଲାଇନ୍ ଲାଗିଛି ।
ଆର୍ସି, ଡିଏଲ୍ ଓ ଅନ୍ୟାନ୍ୟ ଗାଡି କାଗଜପତ୍ର ଠିକ୍ କରାଇବା ପାଇଁ ବିଭିନ୍ନ ଆର୍ଟିଓ ଅଫିସ୍ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମାର୍ଚ୍ଚ ପହିଲାରୁ ଯଦି ଗାଡି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି କିମ୍ବା ପାଖରେ ଆବଶ୍ୟକୀୟ ଗାଡି କାଗଜପତ୍ର ନଥାଏ ତେବେ ତାଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ ।
ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡିରେ ୨ଜଣ ବସିବେ, ୨ଚକିଆ ଆରୋହୀ ହେଲମେଟ୍ ପିନ୍ଧିବେ, କାର୍ ଚାଳକ ସିଟ୍ବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ଯଦି ଏହି ସବୁ ନିୟମକୁ ଗାଡି ଚାଳକମାନେ ଖିଲାଫ କରନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିଲା । କିନ୍ତୁ ମାତ୍ରାଧିକ ଅର୍ଥଦଣ୍ଡ ହେତୁ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିୟମକୁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଧିକାଂଶ ଗ୍ରାହକ ଜରୁରୀ କାଗଜପତ୍ର କରିନଥିବାରୁ ପୁଣି ଥରେ ଆଉ ୩ ମାସ ପାଇଁ ଏହି ନିୟମକୁ କୋହଳ କରାଯାଇଥିଲା ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.