ଭୁବନେଶ୍ୱର: ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ । ଏହି ଫିଲ୍ମ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ଅଭିନେତା ପାର୍ଥସାରଥୀ ରାୟ ନାୟକ ସାଜିଥିବା ବେଳେ ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ ନାୟିକା ଅଛନ୍ତି ।
ଫିଲ୍ମର ନାୟିକା କାବ୍ୟା ଜଣେ ଆର୍କିଟେକ୍ଟ । ଗୃହ ନିର୍ମାଣ, ବାସ୍ତୁକଳାରେ ସେ ପୁରା ଦକ୍ଷ । ପାହାଡ଼ିଆ ଅଞ୍ଚଳରେ ଥିବା ଛୋଟ ସହରରେ ଏକ କୋଠାର ନିର୍ମାଣ ଦାୟିତ୍ୱ ନେଇଛନ୍ତି ସେ । ସେଠାରେ କାବ୍ୟାଙ୍କର ସ୍ମୃତିଙ୍କର ସହ ଭେଟ ହୁଏ । ସ୍ମୃତି ଜଣେ ଇଣ୍ଟେରିୟର ଡେକୋରେଟର । କାମ କରିବା ବେଳେ ଏମାନେ ଉଭୟ ପ୍ରେମରେ ପଡ଼ନ୍ତି । ହେଲେ ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟେ ଯାହା ଉଭୟଙ୍କ ଜୀବନର ମୋଡ଼ ବଦଳାଇଦିଏ । ଏଭଳି ଏକ ଭିନ୍ନ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ ‘ଫାଲଗୁନ ଚୈତ୍ର’ ।
ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ପ୍ରଣବ ପ୍ରସନ୍ନ, ମନୀଷା ମଞ୍ଜରୀ, ଓ ଚନ୍ଦନ ବିଶ୍ୱାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ପିନାକୀ ସିଂହ ଓ ଶିଶିର କୁମାର ସାହୁ ନିର୍ଦ୍ଦେଶନା ଦେଇଛନ୍ତିି । ଏଥିରେ ସହକାରୀ ପ୍ରଯୋଜକ ଦାୟିତ୍ୱ ନିର୍ବାହ କରିଛନ୍ତି ଅଭିନେତା ବାବୁସାନ୍ । ଏହାର କାହାଣୀ ସୁଲଗ୍ନା ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତିି ପ୍ରଣବ ପ୍ରସନ୍ନ ରଥ ।
ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଅଭିଷେକ-ଈଶାନ୍-କୈଶିକ୍ ଦେଇଥିବା ବେଳେ ଚିତ୍ରୋତ୍ତୋଳନ କରିଛନ୍ତି ରୁଦ୍ରକାନ୍ତ ସିଂହ । ସମ୍ପାଦନା କରିଛନ୍ତି ରଶ୍ମିରଂଜନ ଦାଶ ।
Comments are closed.