Latest Odisha News

BREAKING NEWS

ନଦୀରେ ଭାସିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଉରକେଲା:ନଦୀର ପ୍ରଖର ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ନାଳରେ ।

ଶନିବାର ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ଧୋଉଥିବା ବେଳେ ହଠାତ ପାହାଡ ପାଣି ନାଳକୁ ମାଡି ଆସିଥିଲା । ଫଳରେ ଆମ୍ବୁଲାନ୍ସ ସହ ଡ୍ରାଇଭର ଭାସିଯାଇଥିଲେ । ପ୍ରାୟ ଶହେ ମିଟର ଭାସି ଗଲା ପରେ ଡ୍ରାଇଭର ଜୀବନ ବଞ୍ଚାଇବାକୁ ଗାଡ଼ିରୁ ନଦୀ ପାଣିକୁ ଡେଇଁ ପଡିଥିଲେ ଓ ପହଁରି ନଦୀ କୂଳକୁ ଚାଲି ଆସିଥିଲେ କ୍ଷ

ଖବର ପାଇ କିଛି ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାଣିର ପ୍ରଖର ସ୍ରୋତରେ ଆମ୍ବୁଲାନ୍ସଟି କିଛି ଦୂର ଭାସି ଯିବା ପରେ ମଝିରେ ଅଟକି ରହିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଚାଳକ ଓ ଆମ୍ବୁଲାନ୍ସକୁ ଉଦ୍ଧାର କରିଥିଲେ। ଚାଳକ ଜଣ ସୁରକ୍ଷିତ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.