Latest Odisha News

BREAKING NEWS

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ ।

ବିହାର ମୋତିହାରୀ ଅଂଚଳର ଘଟଣା । ପରୀକ୍ଷା କେନ୍ଦ୍ର ବାରଣ୍ଡାରେ ବସିଥିଲେ ୪୦୦ରୁ ଅଧିକ ପରୀକ୍ଷାର୍ଥୀ । ଚାଲିଥିଲା ଯୁକ୍ତ୨ ହିନ୍ଦୀ ପରୀକ୍ଷା । ହେଲେ ପରୀକ୍ଷା କେନ୍ଦ୍ରରେ ନଥିଲା ବିଦ୍ୟୁତ ସଂଯୋଗ । କାର ହେଡଲାଇଟ୍ ଜଳାଇ ପରୀକ୍ଷା ଦେଇଥିଲେ ୪୦୦ରୁ ଅଧିକ ପରୀକ୍ଷାର୍ଥୀ । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ରିପୋର୍ଟ ଅନୁଯାୟୀ ମହାରାଜା ହରେନ୍ଦ୍ର କିଶୋର କଲେଜରେ ଦ୍ୱିତୀୟ ଭାଗ ପରୀକ୍ଷା ସମୟ ମଧ୍ୟାହ୍ନ୍ନ ୧.୪୫ମିନିଟରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ହେଲେ ନିରୀକ୍ଷକଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିବାରୁ ଅପରାହ୍ନ ୪ଟା ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟା ଯାଇପାରିନଥିଲା । ଫଳରେ ଛାତ୍ର ଅସନ୍ତୋଷ ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ପରୀକ୍ଷାର୍ଥୀଙ୍କୁ ଶାନ୍ତ କରିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ହେଲେ ବୁଝାସୁଝା ମଧ୍ୟରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ ସୂର୍ଯ୍ୟାଲୋକ କ୍ଷୀଣ ହୋଇସାରିଥିଲା । ଫଳରେ ଅନ୍ଧାରରେ କାର ହେଡ ଲାଇଟ୍ ଜଳାଇ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ପରେ ଜେନେରେଟର୍ ବ୍ୟବସ୍ଥା ହୋଇଥିଲେ ହେଁ ଏପରି ଅଭାବନୀୟ ଘଟଣାର ତଦନ୍ତ ପାଇଁ ଉଚ୍ଚପଦସ୍ତ ଅଧିକାରୀ ଆଦେଶ ଦେଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.