Latest Odisha News

BREAKING NEWS

ଧୋନିଙ୍କ ପାଇଁ ୭ଟଙ୍କିଆ କଏନ!

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କ ନାମରେ ସାତ ଟଙ୍କାର ମୁଦ୍ରା ଜାରି କରୁଛି। କାରଣସାତ ହେଉଛି ଧୋନିଙ୍କ ଜର୍ସି ନମ୍ବର।

ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧୋନିଙ୍କ ନାମରେ ଏକ ସାତ ଟଙ୍କିଆ ମୁଦ୍ରା ପ୍ରକାଶ ପାଇଛି।

ତେବେ ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏହି ତଥ୍ଯକୁ ଅନୁସନ୍ଧାନ କରି ଏହାକୁ ଏକ ଗୁଜବ ବୋଲି କହିଛି। ପିଆଇବିର ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ସୂଚନା ଦେଇଛି। ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟଙ୍କ ଦ୍ବାରା ଏଭଳି କିଛି ଘୋଷଣା ହୋଇନାହିଁ ବୋଲି ମଧ୍ଯ ପିଆଇବି କହିଛି।

ସୂଚନାଯୋଗ୍ୟ, ଧୋନି ଭାରତ ପାଇଁ ଖେଳୁଥିଲା ବେଳେ ସେ ସାତ ନମ୍ବର ଜର୍ସି ପିନ୍ଧୁଥିଲେ ଏବଂ ବର୍ତ୍ତମାନ ଆଇପିଏଲରେ ମଧ୍ଯ ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ସାତ ନମ୍ବର  ଜର୍ସି ପିନ୍ଧୁଛନ୍ତି।

 

Comments are closed.