Latest Odisha News

BREAKING NEWS

ଇଂଟରନେଂଟରେ ଚହଳ ସୃଷ୍ଟି କରୁଛି ଲିଫ ଶିପ

ନୂଆଦିଲ୍ଲୀ: ଲିଫ ଶିପ ସ୍ଲବ ନାମକ ଏକ ଆକର୍ଷକ ସାମୁଦ୍ରିକ ଜୀବ ଏବେ ଇଂଟରନେଂଟରେ ଚହଳ ସୃଷ୍ଟି କରିଛି । ଲୋକଙ୍କୁ ଏହି ଛୋଟ ଜୀବଟି ବେଶ ପସନ୍ଦ ଆସୁଛି । ଏପରିକି କେହି କେହି ଏହାକୁ ପୋକେମନ ସହ ତୁଳନା କରୁଛନ୍ତି । ଏହି କୁନି ଜୀବ କୋଷ୍ଟାସିଲା କୁରୋଶିମା ନାମରେ ମଧ୍ୟ ପରିଚିତ । ୧୯୯୩ରେ ଜାପାନର ଆଇସଲାଣ୍ଡରେ ଏହି ଜୀବ ମିଳିଥିଲା । ବୈଜ୍ଞାନିକଙ୍କ ଅନୁସାରେ ଏହି ଜୀବ ଏକତ୍ର ଚଳପ୍ରଚଳ କରିଥାନ୍ତି । ଯାହାକି ସେମାନଙ୍କ ଶିକାରୀଙ୍କ କବଳରୁ ରକ୍ଷା କରିବା ସହ ଖାଦ୍ୟ ଅନୁସନ୍ଧାନରେ ମଧ୍ୟ ସହାୟତା କରିଥାଏ । ମାତ୍ର ୫ ମିଲିମିଟର ଲମ୍ବର ଏହି ପ୍ରାଣୀ କିନ୍ତୁୂ ସାମୁଦ୍ରିକ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଶୈବାଳ ଉପରେ ଏମାନେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବାରୁ ଇକୋସିଷ୍ଟମକୁ ଏହା ସନ୍ତୁଳିତ କରି ରଖିଥାଏ । ଏହି ଜୀବର ଫଟୋ ଶେୟାର ହେବା ପରେ ମାତ୍ର ୨ ଦିନରେ ୧୭ ଲକ୍ଷ ଲୋକ ଏହାକୁ ଦେଖିବା ସହ ପସନ୍ଦ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ତାଙ୍କ ଗାଲରେ ଛୋଟ ଗୋଲାପୀ ହୃଦୟ ବହୁତ ସୁନ୍ଦର । ମୁଁ ଏହାକୁ ଘରେ ରଖିପାରିବି କି ?

Leave A Reply

Your email address will not be published.