ଭୁବନେଶ୍ୱର: କରୋନାରେ ବାପା-ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ଓଡ଼ିଶା ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ବି ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଅନାଥ ହୋଇଥିବା ପିଲାର ଆୟର ସୀମା ନାହିଁ । ତେଣୁ ମଧୁବାବୁ ପେନସନ ଯୋଜନାରେ ଆଉ ଏକ ସେକ୍ସନ ଯୋଡ଼ି ହେଲା । ଯାହା MBPY-Covid । ଏଥିରେ ଅନାଥ ପିଲା ମାସିକ ୫୦୦ ଟଙ୍କା ପାଇବେ ।
ବ୍ଲକସ୍ତରରେ ସେମାନଙ୍କର ତଥ୍ୟ ଅଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ରହିଛି । ତହସିଲଦାର ଏହି ରିପୋର୍ଟ ଦେବେ । ଗତକାଲି କୋଭିଡ୍ ସ୍ଥିତି ସମୀକ୍ଷା ପରେ ୧୫ ଦିନ ଭିତରେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀ ଓ ପିଲାଙ୍କୁ ଚିହ୍ନଟ କରି ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.