Latest Odisha News

BREAKING NEWS

ନୂଆ ବର୍ଷରେ ନୂଆ ଅବତାର ପାଇଁ ପ୍ରସ୍ତୁତ ରଣବୀର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର ନୂଆ ବର୍ଷର ପ୍ରଥମ ଦିନରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧ ଜାନୁୟାରୀ ୨୦୨୧ରେ ରଣବୀର କପୁର୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ନାମ ‘ଆନିମଲ୍‌’। ଏଥିରେ ରଣବୀର କପୁରଙ୍କ ସହ ଅନିଲ କପୁର୍, ପରିନୀତି ଚୋପ୍ରା, ବବି ଦେଓଲ ମଧ୍ୟ ଅଭିନୟ କରିବେ। ଫିଲ୍ମ ‘କବୀର ସିଂ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଅନିଲ କପୁର୍, ପରିନୀତି, ବବି ଏବଂ ନିର୍ଦ୍ଦେଶକ ସନ୍ଦୀପ ଏହି ଫିଲ୍ମର ଅଫିସିଆଲ୍ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ଯେଉଁଥିରେ କେବଳ ରଣବୀର କପୁରଙ୍କ ସ୍ୱର ଶୁଣିବାକୁ ମିଳିଛି।

ଭିଡିଓରେ ରଣବୀର କହୁଛନ୍ତି, ‘ପାପା ଅଗ୍‌ଲେ ଜନମ୍‌ମୈ ଆପ୍‌ ମେରେ ବେଟା ବନ୍‌ନା’ ଫିର୍‌ ଦେଖ୍‌ନା ମୈ ଆପ୍‌ସେ କୈସେ ପ୍ୟାର୍‌ କର୍‌ତା ହୁଁ ଔର୍‌ ସିଖ୍‌ନା ଆପ୍’‌। ରଣବୀରଙ୍କ ଏହି ଭଏସ୍ ଓଭର ସ୍ପଷ୍ଟ କରିଛି ଯେ ରଣବୀର ଏହି ଫିଲ୍ମରେ ଏକ ପୁଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କିନ୍ତୁ ଏଥିରେ ରଣବୀରଙ୍କ ପିତା କିଏ ହେବେ ତାହା ତ ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ପରେ ହିଁ ଜଣାପଡ଼ିବ।

Leave A Reply

Your email address will not be published.