Latest Odisha News

BREAKING NEWS

ଓଡ଼ିଶାର କେଉଁ ସ୍ଥାନରେ ହେବ ଆଉ ୩ଟି ନୂଆ ଏୟାରପୋର୍ଟ; ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉଡ଼ାନ ଯୋଜନାରେ ରାଜ୍ୟରେ ଆଉ ୩ଟି ସ୍ଥାନରେ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏସମ୍ପର୍କରେ ନୂଆଦିଲ୍ଲୀଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖାରୋଲା ଏବଂ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଓଡ଼ିଶାର ଯେଉଁ ୩ଟି ସ୍ଥାନରେ ୩ଟି ନୂଆ ବିମାନ ବନ୍ଦର ସ୍ଥାପିତ ହେବ ସେହି ସ୍ଥାନ ଗୁଡ଼ିକ ହେଲା – ଜୟପୁର (କୋରାପୁଟ), ରାଉରକେଲା (ସୁନ୍ଦରଗଡ଼) ଏବଂ ଉତ୍କେଳା (କଳାହାଣ୍ଡି) ଜିଲ୍ଲା ।

କେନ୍ଦ୍ରସରକାର ଝାରସୁଗୁଡ଼ା, ଜୟପୁର, ଉତ୍କେଳା ଏବଂ ରାଉରକେଳା ବିମାନ ବନ୍ଦର ଲାଗି ୧୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଡ଼ାନ-୩ ଅନ୍ତର୍ଗତ ଯୋଜନାରେ ସାମିଲ ହୋଇଥିଲା ।

Leave A Reply

Your email address will not be published.