Latest Odisha News

BREAKING NEWS

ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳିଛି: ପ୍ରତାପ ଜେନା

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ଚାରିଆଡୁ ହାଇଦ୍ରାବାଦ ପୋଲିସକୁ ପ୍ରଶଂସା କରାଯାଉଥିବା ବେଳେ ଓଡିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଯେଉଁଭଳି ଜଘନ୍ୟ କାଣ୍ଡ କରିଥିଲେ ଏବଂ ପୋଲିସ ହେପାଜତରୁ ଖସି ଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ । ସେମାନେ ଏହିଭଳି ଦଣ୍ଡର ଅଧିକାରୀ ଥିଲେ” ।

ମାନବାଧିକାର ଆଇନ୍ ଉଲଂଘନ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏନେଇ ମାନବାଧିକାର କମିଶନ କ’ଣ କହିବେ ମୁଁ ଜାଣିନି । ଏଭଳି ଅପରାଧ ପାଇଁ ଅନ୍ୟ ଦେଶମାନଙ୍କରେ କଠୋର ଦଣ୍ଡବିଧାନ ରହିଛି । କେଉଁଠି ଅଭିଯୁକ୍ତମାନଙ୍କୁ ଗୁଳି କରି ହତ୍ୟା କରାଯାଉଛି ତ ଆଉ କେଉଁଠି ଲୋକଙ୍କ ହାତରେ ଟେକି ଦିଆଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାୟପାଳିକାରେ କଠୋର ଦଣ୍ଡ ବିଧାନ ତଥା ଆଇନ୍ ଆଣିବା ଉଚିତ୍ । ଅଦାଲତର ରାୟ ଉପରେ ନିର୍ଭର କରି ଦିନ ଗଡେଇବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ଲାଗି ଆଇନ୍ ପ୍ରଣୟନ କରାଯିବା ଉଚିତ୍ ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ତେଲେଙ୍ଗାନାରର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଶାଦନଗର ସହର ନିକଟରେ ଥିବା ଚେତନାପାଲ୍ଲୀ ପୋଲ ତଳୁ ସମ୍ପୃକ୍ତ ମହିଳା ଡାକ୍ତରଙ୍କ ଦଗ୍ଧ ଶରୀରକୁ ଉଦ୍ଧାର କରାଯାଇଥିଲା । ତା’ର ଗୋଟିଏ ଦିନ ପୂର୍ବରୁ ପ୍ରାୟ ୪ ଜଣ ଯୁବକ ସମ୍ପୃକ୍ତ ଡାକ୍ତରାଣୀଙ୍କ ଦୁଷ୍କର୍ମ କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିଥିଲେ ।

Leave A Reply

Your email address will not be published.