Latest Odisha News

ମୋ ପୁଅକୁ ଧମକ ଦେଉଥିଲା ସାଇକୋ ଲେଡି: ଆଦିତ୍ୟଙ୍କ ମା’

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ଆମେ ସନ୍ଦେହ କରୁଛୁ । ସମ୍ପୃକ୍ତ ଯୁବତୀ ଜଣକ ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । ବାହା ନହେଲେ ହାତ କାଟି ଦେବି ଏବଂ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଉଥିଲେ । ବିଦ୍ୟାଶ୍ରୀଙ୍କ ସହ ଆଦିତର ନିର୍ବନ୍ଧ ହେବା ପରେ ସେ ଟିକ୍‌ଟକ୍ ଭିଡିଓ କରି ମଧ୍ୟ ଧମକ ଦେଇଥିବା ଆଦିତ୍ୟଙ୍କ ମା’ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଠିକ୍ ଜାଗାରେ ଠିକ୍ ଲୋକ ପହଂଚି ଆଦିତ୍ୟଙ୍କୁ ମାରିବେ ବୋଲି ଯୁବତୀ କହିଥିଲେ । ଆଦିତ୍ୟ ହିଁ ତା’ଉପରେ ବିରକ୍ତି ହୋଇ ତାକୁ ସାଇକୋ ବୋଲି ନାଁ ଦେଇଥିଲେ । ଆମ ପୁଅର ମୃତ୍ୟୁ ପଛରେ ତାର ହାତ ଥିବା ଆମେ ସନ୍ଦେହ କରୁଛୁ । ଏନେଇ ସବୁ ତଥ୍ୟ ଆମେ କ୍ରାଇମବ୍ରାଂଚକୁ ଦେଇଛୁ ।

ସୂଚନା ଯୋଗ୍ୟ ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ବାପା ଜଣେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିନ ତଳେ ସନ୍ଦେହ ବ୍ୟକ୍ତ କରିଥିଲେ । ଏ ଦିଗରେ କ୍ରାଇମବ୍ରାଂଚ ତନ୍ତ କରୁନଥିବାରୁ ସେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.