Latest Odisha News

BREAKING NEWS

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି । ଲୋକସଭା ବାଚସ୍ପତି ସଚିବଙ୍କ ସହ କଥା ହୋଇଛି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ତେବେ ଅଧିବେଶନ କେମିତି ବସିବ ସେନେଇ ଗତକାଲି ସଂସଦ ସଚିବଙ୍କ ସହ ପୁଣି ଆଲୋଚନା ହୋଇଛି ।  ଖୁବଶୀଘ୍ର ସଂସଦ ପକ୍ଷରୁ ଲିଖିତ ଗାଇଡଲାଇନ  ଆସିବ l ଏହି ଗାଇଡ଼ଲାଇନ ଓ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦେଖି ଓଡିଶା ବିଧାନସଭା କିପରି ବସିବ ତାହା ଉପରେ ବିଚାର ବିମର୍ଷ କରାଯାଇ ନିଷ୍ପତି ନିଆଯିବ  ବୋଲି ବାଚସ୍ପତି କହିଛନ୍ତି l କେବଳ ସେତିକି ନୁହେଁ, ବିଧାନସଭାରେ ଏଥର ପ୍ରଶ୍ନକାଳ ରହିବ କି ନାହିଁ ତାହା ଉପରେ ବି ଆଲୋଚନା ଚାଲିଛି l

 

Leave A Reply

Your email address will not be published.