Latest Odisha News

ମମିତା ମେହେର ହତ୍ୟା ଘଟଣା : ତଦନ୍ତର ନୂଆ ମୋଡ଼

ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ ସମୟରେ ରାଧେ ଘରୁ ଏକ ବ୍ୟାଗ୍‌ ମିତିଥିଲା । ସେହି ବ୍ୟାଗ୍‌ ଖୋଲିଲା ପରେ ସେଥିରୁ ଏକ ମୋବାଇଲ ଫୋନ, ୩ଟି ଲେଡିଜ ଡ୍ରେସ, ମେଡ଼ିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଛି ପୋଲିସ।

ତେବେ ରାଧେଶ୍ୟାମ ଚଣ୍ଡୀକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମଦାଲତକୁ ପଠାଇଛି ସିଂଧେକେଲା ପୋଲିସ । ସେପଟେ ରାଧେ ଗିରଫ ହେବା ପରେ ସ୍ତ୍ରୀ କହିଛ ମୋ ସ୍ୱାମୀ ନିର୍ଦୋଷ। ମୋତେ  ମୋ ସ୍ୱାମୀ ଫେରାଇ ଦିଅ। ମମିତା ହତ୍ୟାକାଣ୍ଡ ରେ ସ୍ଵାମୀର ହାତ ନାହିଁ। ଗୋବିନ୍ଦ ସାହୁ ପାଖରେ କିଛି ମାସ ହେଲା କାମ କରୁଥିଲେ ମୋ ସ୍ୱାମୀ।  ମୁନ୍ସୀ ଭାବଗେ ଯେହେତୁ ସେ କାମ କରୁଥିଲେ ସେ ଗୋବିନ୍ଦକୁ ସବୁ ସହଯୋଗ କରୁଥିଲେ ।

ତେବେ ଆଜି ଯେତେବେଳେ ମୁଁ ଘରେ ମୋର ସ୍ୱାମୀ ର ବ୍ୟାଗ ପାଇଲି ତାହା ନେଇ ଆସିଥିଲି । କେଗାଁ ପୁଲିସ ମୋ ଠାରୁ ସେହି ବ୍ୟାଗ ଛଡାଇ ନେଇ କାହାକୁ କିଛି କହିବ ନାହିଁ ବୋଲ କହିଥିଲା । ତେବେ ବ୍ୟାଗ ଭିତରେ ଥିବା ସାମଗ୍ରୀ କାହାର ତାହା ଏବେ ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ରାଧେର ସ୍ତ୍ରୀ।

Comments are closed.