Latest Odisha News

BREAKING NEWS

ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ବଡ ଅବହେଳା

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ଆଜି ବଡ ଅବହେଳା ଦେଖିବାକୁ ମିଳିଛି । ଯୋଗୀଙ୍କ ଏକ କାର୍ଯ୍ୟକ୍ରମର ୪୫ ମିନିଟ ପୂର୍ବରୁ ଜଣେ ଯୁବକ ରିଭଲଭର ସହ ଅଡିଟୋରିୟମକୁ ପ୍ରବେଶ କରୁଥିଲା । ଏହା ଦେଖି ଡ୍ୟୁଟିରେ ଥିବା ସିଓ ତାଙ୍କୁ ବାହାର କରି ଦେଇଥିଲେ । ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଛି ।

ସୁରକ୍ଷା ଅବହେଳା ନେଇ ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥିରେ ସାମିଲ ଥିବା ଅନ୍ୟ ଜିଲାର ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଚିଠି ଲେଖିଛନ୍ତି । ଏହି ଘଟଣା ପ୍ରସାରିତ ହେବା ପରେ ଯୋଗୀଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି ।

Leave A Reply

Your email address will not be published.