Latest Odisha News

BREAKING NEWS

ଜୋମାଟୋ କେସରେ ନୂଆ ଟ୍ୱିଷ୍ଟ, ଆସନ୍ତୁ ଜାଣିବା କଣ କହିଲେ ଡେଲିଭେରୀ ବୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଅର୍ଡର କ୍ୟାନସଲ କରିବା ଯୋଗୁ ଜଣେ ଜୋମାଟା ବୟ ହିତେଶା ଚନ୍ଦ୍ରାନୀ ନାମକ କଂଟେଟ କ୍ରିଏଟରଙ୍କ ନାକ ଫଟାଇବା ଖବର ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁବତୀଙ୍କ ପ୍ରତି ସମସ୍ତଙ୍କର ସମବେଦନା ଥିଲା । ତେବେ ବୁଧବାର ଡେଲିଭରୀ ବୟଙ୍କ ବୟାନ ପରେ ଘଟଣାଟି ନୂଆ ଟ୍ୱିଷ୍ଟ ନେଇଛି ।

ଗିରଫ ହୋଇଥିବା ଡେଲିଭରୀ ବୟ କାମରାଜ କହିଥିଲେ, ଟ୍ରାଫିକ ସମସ୍ୟା ଯୋଗୁ ମୁଁ ଅର୍ଡର ବିଳମ୍ବରେ ପହଂଚାଇଥିଲେ । ଏଥିନେଇ ମୁଁ ହିତେଶାଙ୍କ ନିକଟରେ କ୍ଷମା ମାଗିଥିଲେ । ମାତ୍ର ସେ ମୋତେ ଗାଳିଦେବା ସହ ପଇସା ଦେବେ ନାହିଁ ବୋଲି କହିଥିଲେ । ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେ ଚପଲରେ ମାରିବା ପାଇଁ ଉଦ୍ୟମ କରିଥିଲେ । ମୁଁ ନିଜକୁ ବଂଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ନିଜ ହାତ ତାଙ୍କ ମୁହଁରେ ବାଜି ଯାଇଥିଲା । ଫଳରେ ତାଙ୍କ ନାକ ଫାଟି ଯାଇଥିଲା ବୋଲି କାମରାଜ କହିଛନ୍ତି । ଏହି ବୟାନ ସୋସିଆଲ ସାଇଟରେ ଶେୟାର ହେବା ପରେ କାମରାଜଙ୍କ ସପକ୍ଷରେ ଲୋକମାନେ ମୁହଁ ଖୋଲିଥିଲେ ।

ଏବେ ଜୋମାଟୋ ଫାଉଣ୍ଡର ଦୀପେନ୍ଦ୍ର ଗୋୟଲ ମଧ୍ୟ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି । କାମରାଜ ତାଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲାଇଥାନ୍ତି । କମ୍ପାନୀରେ ତାଙ୍କ ରେଟିଂ ୫ରୁ ୪.୭୫ ରହିଛି । ଆମେ ତାଙ୍କୁ ଚାକିରୀରୁ ବାହାର ନ କରି ତଦନ୍ତ ସରିବା ପର୍ଯ୍ୟନ୍ତ ସସପେଣ୍ଡ କରିଛୁ । ୧୦ ମାର୍ଚ୍ଚରେ ହିତେଶା ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଜୋମାଟୋ ବୟ କିପରି ତାଙ୍କ ଉପରେ ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରିଥିଲେ । ଏହା ଭାଇରାଲ ହୋଇସାରିଛିି । ବର୍ତମାନ ସୁଦ୍ଧା ୧.୮କୋଟି ଲୋକ ଏହାକୁ ଦେଖି ସାରିଛନ୍ତି ।

Leave A Reply

Your email address will not be published.