Latest Odisha News

BREAKING NEWS

ପୁଣେରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ, କଲେଜ ବନ୍ଦ

ପୁଣେ : ମହାରାଷ୍ଟ୍ରରେ ଜଟିଳ ରୂପ ନେଉଛି ମହାମାରୀ କରୋନା । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଗୁଆ ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣ ପାଇଁ ରାଜ୍ୟର ବିଭିନ୍ନ ସହରରେ କଟକଣା ଲଗାଟାଇଥିବା ବେଳେ, ଏବେ ପୁଣେ ପାଇଁ ସତର୍କତା ମୂଳକ ପଦକ୍ଷେ ନେଇଛନ୍ତି ମହାରାଷ୍ଟ୍ର ସରକାର । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୂଚନା ଦେଇଛନ୍ତି ।

ପୁଣେରେ ମାର୍ଚ୍ଚ ୧୪ ଯାଏଁ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସଂକ୍ରମଣ ବଢୁଥିବାରୁ ସ୍କୁଲ ଏବଂ କଲେଜ ବନ୍ଦ ନିଷ୍ପତ୍ତିକୁ ବଢାଇ ଦିଆଯାଇଛି । ହେଲେ ଏହି ସମୟରେ ମହାରାଷ୍ଟ୍ରରେ ଜାରି ରହିବ MPSC-UPSC ପରୀକ୍ଷା । ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ନେଉଥିବା କୋଚିଂ ସେଣ୍ଟରକୁ ୫୦ ପ୍ରତିଶତ କ୍ଷମତାରେ ଚାଲୁ କରିବାକୁ ଅନୁମତି ଦିଆଯିବ । ସେହିପରି ବୋର୍ଡ ପରୀକ୍ଷା ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ରାତି ୧୧ଟାରୁ ସକାଳ ୬ଟା ପପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସଂକ୍ରମଣକୁ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.