[ଦେଖନ୍ତୁ ଭିଡିଓ] ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା: ବିଧାୟକଙ୍କୁ ହତ୍ୟା ଧମକ ଅଡ଼ିଓ ଭାଇରାଲ
ଜଗତସିଂହପୁର : ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ବିଧାୟକ ପ୍ରେମରେ ଧୋକା ଦେଇ ଠକିବାର ଅଭିଯୋଗ ପରେ ଏବେ ତାଙ୍କ ନାଁରେ ସେକ୍ସ ରାକେଟ ଚଳାଉଥିବା ସଙ୍ଗୀନ୍ ଅଭିଯୋଗ। ଖାଲି ସେିତିକି ନୁହେଁ ବିଚ୍ ରାସ୍ତାରେ ବିଜୟଙ୍କୁ ହତ୍ୟା କରାଯିବାର ଧମକ ବି ଦିଆଯାଇଛି ପ୍ରେମିକା ପରିବାର ପକ୍ଷରୁ। ହତ୍ୟା କରାଯିବାର ଧମକ ଅଡ଼ିଓ କ୍ଲିପ୍ ଭାଇରାଲ ହେବା ପରେ ଘଟଣା ମୋଡ ବଦଳିବାରେ ଲାଗିଛି। ପ୍ରେମିକା ଥାନାରେ ଏତଲା ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଦିବାରେ ବ୍ୟସ୍ତ।
ଆଉ ସେପଟେ ଘଟଣାକୁ ବିରୋଧ କରି ଆଗକୁ ଆସିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଙ୍କ ପରିବାର। ତାଙ୍କ ପରିବାରକୁ ଜାତିଆଣ ଆକ୍ଷେପ କରିବା ସହିତ ହତ୍ୟା ଧମକ ଦେଇଥିବା ଅଡ଼ିଓ ରେକର୍ଡିଂ ଭାଇରାଲ ହେବା ପରେ ଏବେ ବିଧାୟକଙ୍କ ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ?
ସୋମାଲିକା ବିଧାୟକଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁରେ ମଧ୍ୟ ଥାନାରେ ଏତଲା ଦେଇଛନ୍ତିା ଯାହା ଦ୍ୱାର ତାଙ୍କ ପରିବାର ମାନସମ୍ମାନ ହାନୀ ହୋଇଛି। କିଛି ସ୍ୱେଚ୍ଛାସେବୀ ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ସୋମାଲିକାଙ୍କ ସହ ମିଶି ବିଧାୟକ ଓ ତାଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ବହୁ କଟୁ ଭାଷାରେ ସମାଲୋଚନା କରୁଛନ୍ତି। ଏବେ ସେମାଲିକା ଆଉ ଏହି ସମସ୍ତ ଘଯଣା ବିରୋଧରେ ଯିବା ସହିତ ଆଇନର ଆଶ୍ରୟ ନେବେ ବୋଲି ତାଗିଦ୍ କରିଛନ୍ତି ବିଧାୟକ ପରିବାର।
ଗୋଟିଏ ପଟେ ସୋମାଲିକା ବିଧାୟକଙ୍କୁ ବିବାହ କରିନପାରି ନିରାଶ ହୋଇଥିବା ବେଳେ ଅନ୍ୟପଟେ ହତ୍ୟାଧମକ ଦେଇ ବାହାରେ ବଦନାମ କରୁଥିବା ଅଭିଯୋଗ। ଆଉ ଏବେ ବିଧାୟକଙ୍କ ପରିବାର ଆଗକୁ ଆସିଛନ୍ତି। ସୁରକ୍ଷା ଦାବି କରିବା ସହିତ ଆଇନ ଆଶ୍ରୟ ନେବାର ଚେତବାନୀ ଦେଲେଣି ।
Comments are closed.