Latest Odisha News

[ଦେଖନ୍ତୁ ଭିଡିଓ] ଅଗ୍ନିବୀର ନିଯୁକ୍ତି ନେଇ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇ ପହିଲାରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଭିତରେ ଭାରତୀୟ ସେନା ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଜୁଲାଇରେ ଆରମ୍ଭ ହେବ ପଞ୍ଜିକରଣ । ଅଷ୍ଟମ ଓ ଦଶମ ଉତ୍ତୀର୍ଣ୍ଣ ଯୁବକ ଓ ଯୁବତୀ ଏଥିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ୪ ବର୍ଷ ପାଇଁ ବୈଧ ରହିବ । ଅଗ୍ନିବୀରଙ୍କୁ କୌଣସି ପେନସନ୍ କିମ୍ବ ଗ୍ରାଚ୍ୟୁଇଟି ମିଳିବ ନାହିଁ । ଏପରିକି ସୈନିକଙ୍କୁ ମିଳୁଥିବା କ୍ୟାଣ୍ଟିନ୍ ସୁବିଧା ପାଇବେ ନାହିଁ ଅଗ୍ନିବୀର ।

ଅଗ୍ନିବୀରଙ୍କ ଦରମା

ପ୍ରଥମ ବର୍ଷ- ମାସିକ ୩୦ ହଜାର ଟଙ୍କା

ଦ୍ୱିତୀୟ ବର୍ଷ- ମାସିକ ୩୩ ହଜାର ଟଙ୍କା

ତୃତୀୟ ବର୍ଷ- ମାସିକ ୩୬ ହଜାର ୫୦୦ ଟଙ୍କା

ଚତୁର୍ଥ ବର୍ଷ- ମାସିକ ୪୦ ହଜାର ଟଙ୍କା

ଏହି ପ୍ୟାକେଜର ୩୦ ପ୍ରତିଶତ ଅଲଗା ଜମା ହେବ । ସମାନ ଅନୁପାତରେ ଟଙ୍କା ସରକାର ମଧ୍ୟ ଜମା କରିବେ । ୪ ବର୍ଷର ସେବା ଶେଷରେ ସେବା ନିଧି ପ୍ୟାକେଜରେ ପ୍ରାୟ ୧୨ ଲକ୍ଷ ଟଙ୍କା ସୁଧ ସହ ପାଇବେ ପ୍ରତ୍ୟେକ ଅଗ୍ନିବୀର । ତେବେ ଏଥି ଲାଗି ଟିକସ ଦେବାକୁ ପଡ଼ିବ ନାହିଁ ।

ତେବେ ଅଗ୍ନିବୀରଙ୍କୁ ଶାରିରୀକ ପରୀକ୍ଷା ଦେବାକୁ ପଡ଼ିବ । ୧.୬ କିଲୋମିଟର ଦୌଡ଼ିବାକୁ ପଡ଼ିବ । ୫ ମିନିଟ୍ ୩୦ ସେକେଣ୍ଡ ମଧ୍ୟରେ ଦୂରତା ଅତିକ୍ରମ କଲେ ପୂର୍ଣ୍ଣ ୬୦ ନମ୍ବର ମିଳିବ । ସେହିଭଳି ୫ ମିନିଟ୍ ୩୧ ସେକେଣ୍ଡରୁ ୪୫ ସେକେଣ୍ଡ ମଧ୍ୟରେ ଦୂରତା ଅତିକ୍ରମ କଲେ ମିଳିବ ୪୮ ନମ୍ବର । ଏହାଛଡ଼ା ୧୦ଟି ପୁଶ ଅପ୍ ଲଗାଇଲେ ମିଳିବ ୪୦ ନମ୍ବର । ଏହାଛଡ଼ା ୯ ଫୁଟ୍ ହାଇଜମ୍ପ, ଜିଗ୍-ଜ୍ୟାକ୍ ବାଲନ୍ସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।

ଅଗ୍ନିବୀରଙ୍କୁ କୌଣସି ପ୍ରକାର ଭତ୍ତା ମିଳିବ ନାହିଁ । କିନ୍ତୁ ସେବା ସମୟରେ ଅଗ୍ନିବୀରଙ୍କୁ ୪୮ ଲକ୍ଷ ଟଙ୍କାର ବୀମା ଦିଆଯିବ । ବର୍ଷକୁ ଅଗ୍ନିବୀର ୩୦ଟି ଛୁଟି ନେଇ ପାରିବେ । ଶାରିରୀକ ଅସୁସ୍ଥତା କ୍ଷେତ୍ରରେ ଛୁଟି ବେମାରୀ ଉପରେ ନିର୍ଭର କରେ । ୪ ବର୍ଷର ସେବା ଶେଷରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ରଖାଯିବ । ଏହି ୨୫ ପ୍ରତିଶତ ଅଗ୍ନିବୀର ସେନାରେ ଆଉ ୨୫ ବର୍ଷ କାର୍ଯ୍ୟ କରିପାରିବେ ।

ଆଉ ଯଦି କେହି ଦଶମ ପାସ୍ ପରେ ଅଗ୍ନିବୀର ହୁଅନ୍ତି ତ ତାଙ୍କୁ ଦ୍ୱାଦଶ ପଢ଼ିବା ସହ ସମକକ୍ଷ ପ୍ରମାଣପତ୍ର ଦିଆଯିବ । ଅର୍ଥାତ୍ ଅଗ୍ନିବୀର ସେନାରେ ୪ ବର୍ଷ କାମ କଲେ ଅଲଗା ଭାବେ ଦ୍ୱାଦଶ ପଢ଼ିବା ଆବଶ୍ୟକ ନାହିଁ ।

Leave A Reply

Your email address will not be published.