Latest Odisha News

BREAKING NEWS

ନୂଆ ୟୁନିଫର୍ମରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ବ୍ୟବସ୍ଥା ଆରମ୍ଭ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି ଓଡିଶା ସରକାର ।

ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନାନୁଯାୟୀ ଅଗ୍ନିଶମ ବିଭାଗର ସମସ୍ତ ୱିଙ୍ଗର ପୁରୁଷ ଓ ଅଧିକାରୀ ରାଙ୍କର ସହାୟକ ଅଗ୍ନିଶମ ଅଧିକାରୀ (ଏଏଫଓ) ତଥା ସମକକ୍ଷ ଅଫିସର ମଧ୍ୟ ଲାଲ୍ ରଙ୍ଗ ଟ୍ରାକ୍ ପ୍ୟାଣ୍ଟ ପିନ୍ଧିବେ ଯାହାର ବାହାର ପଟେ ହଳଦୀଆ ରଙ୍ଗର ପଟି ରହିବ । ନିଆଁ ଲିଭା ଡ୍ୟୁଟି ବେଳେ ବର୍ତ୍ତମାନର ୟୁନିଫର୍ମ ପିନ୍ଧିବେ ଏବଂ ଅନ୍ୟ  ଡ୍ୟୁଟି ବେଳେ ଟ୍ରାକ୍ ପ୍ୟାଣ୍ଟ ଓ ହଳଦୀଆ ଟି-ସାର୍ଟ ପିନ୍ଧିବେ । ଏଥିରେ ଲାଲ୍ ରଙ୍ଗରେ ଫାୟାର ଲେଖାଯିବ ।

ତେବେ ଅଗ୍ନିଶମ କର୍ମଚାରୀମାନେ ଏହି ନୂଆ ଡ୍ରେସ୍ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ତଥା ଉଦ୍ଧାର କାର୍ଯ୍ୟ ସମୟରେ ପିନ୍ଧିବେ ।

Leave A Reply

Your email address will not be published.