Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪ ଦିନ ପର୍ୟ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

 କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିଜ ଖେଳାଳିମାନଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁନାହିଁ ଏବଂ ସମସ୍ତଙ୍କୁ ନିଜସ୍ୱ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି।  ଯଦି କୌଣସି ଖେଳାଳିଙ୍କ ଭିତରେ ଏହି ମାରାତ୍ମକ ଭାଇରସର ଲକ୍ଷଣ ଦେଖିବାକୁ ମିଳେ, ତାହେଲେ ସେମାନଙ୍କର ଯାଞ୍ଚ କରାଯିବ। ଆମେ ସବୁ ଖେଳାଳିଙ୍କୁ ପରାମର୍ଶ ଦେଇଛୁ ଯେ ଆଗାମୀ ୧୪ ଦିନ ପର୍ୟ୍ୟନ୍ତ ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ମୁଁ ମାନୁଛି ଯେ ସେମାନଙ୍କୁ ସୁରକ୍ଷିତ ରଖି ପାଇଁ ଏହା ସଠିକ୍ ଗାଇଡାନ୍ସ । ଏହା ମଧ୍ୟରେ ଟିମର ସବୁ ସଦସ୍ୟ ପ୍ରୋଟୋକଲକୁ ଗୁରୁତର ସହ ପାଳନ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ବିଶେଷ ଧ୍ୟାନ ଦେବୁ ।  ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିଥିଲା। କିନ୍ତୁ ଧର୍ମଶାଳାରେ ମାର୍ଚ୍ଚ ୧୨ ତାରିଖରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହା ପରେ କରୋନା ଭାଇରସ୍ ଯୋଗୁ ବାକି ଦୁଇଟି ଦିନିକିଆକୁ ଅସ୍ଥାୟୀ ଭାବେ ବାତିଲ ଘୋଷଣା କରିଦିଆଯାଇଥିଲା।

Leave A Reply

Your email address will not be published.