Latest Odisha News

BREAKING NEWS

ଭାରତୀୟ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ

ଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ।  ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମତି ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଟିକାକୁ ଅନୁମତି ଦେଇ ଚାଲିଛନ୍ତି । ନ୍ୟୁଜିଲାଣ୍ଡ ସରକାର ମଧ୍ୟ ଏହି ଟିକାକୁ ଅନୁମତିପ୍ରାପ୍ତ ଟିକା ତାଲିକାରେ ସାମିଲ କରିଛନ୍ତି । ନ୍ୟୁଜିଲାଣ୍ଡ ସରକାର ୮ ଟି କରୋନା ଟିକାକୁ ଅନୁମତି ଦେଇଛନ୍ତି ।ଏନେଇ ଦେଶର ଉଚ୍ଚାୟୁକ୍ତ ମୁଖତେଶ ପରଦେଶ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକାକୁ ଅନୁମତି ଦେବା ପରେ ନ୍ୟୁଜିଲାଣ୍ଡ ସରକାର ଭାରତ ଉପରେ ଲାଗୁ ଯାତ୍ରା କଟକଣାକୁ ଖୁବ୍ ଶିଘ୍ର ହଟାଇବେ । ଅନ୍ୟପଟେ କୋଭାକ୍ସିନକୁ କିଛି ଦିନ ହେବ ୯୬ ଟି ଦେଶ ଅନୁମତି ଦେଇ ସାରିଲେଣି ।

Comments are closed.