Latest Odisha News

BREAKING NEWS

କୁଲଗାମ ଜିଲ୍ଲାରେ ଏନକାଉଣ୍ଟର, ୪ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାଙ୍କ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏହି ଏନକାଉଣ୍ଟର ଚାଲିଥିବାବେଳେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ ଆଇଜିପି ବିଜୟ କୁମାର ।

ତେବେ ବର୍ତ୍ତମାନ କୁଲଗାମରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ସିଜ୍ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସୋମବାର ଦିନ ଶ୍ରୀନଗରର ହାଇଦରପୋରା ଅଞ୍ଚଳରେ ସୁରକ୍ଷାବାହିନୀ ସହ ମୁକାବିଲାରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Leave A Reply

Your email address will not be published.