Latest Odisha News

BREAKING NEWS

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ସାଉଥାମ୍ପଟନ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଫାଇନାଲ ପାଇଁ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ୧୫ ଜଣିଆ ଦଳର ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଜୁନ ୧୮ରୁ ସାଉଥାମ୍ପଟନରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ୱିଲିୟମସନ ଏବଂ ବିଜେ ୱାଟଲିଂଙ୍କୁ ବିଶ୍ରାମ ଦିଆଯିବା ଫଳରେ ସେମାନେ ସମ୍ପୂର୍ଣ୍ଣ ଫିଟ ହେବା ଫାଇନାଲ ପାଇଁ ଉପଲବ୍ଧ ହୋଇଛନ୍ତି । କୋଚ ଗ୍ୟାରୀ ଷ୍ଟିଭ ଭାରତକୁ ହରାଇବା ପାଇଁ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ ବୋଲି କହିଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନେ ୱିଲିୟମସନ (ଅଧିନାୟକ), ଟମ ବ୍ଲଣ୍ଡେଲ, ଟ୍ରେଂଟ ବୋଲ୍ଟ, ଡେଭନ କନୱେ, କଲିନ ଡି ଗ୍ରାଣ୍ଡହୋମ, ମ୍ୟାଟ ହେନେରୀ, କାଇଲ ଜେମିସନ, ଟମ ଲାଥାମ, ହେନେରୀ ନିକୋଲ୍ସ, ଏଜାଜ ପଟେଲ, ଟିମ ସାଉଦୀ, ରସ ଟେଲର, ନୀଲ ୱାଗନର, ବେଜି ୱାଟିଲିଂ ଏବଂ ୱିଲ ୟଙ୍ଗ ।

Comments are closed.