Latest Odisha News

BREAKING NEWS

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି ସ୍ବତନ୍ତ୍ର ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି ।

୦୮୬୩୭/୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ର ଟ୍ରେନ ହାଟିଆରୁ ଜୁନ ୧୯ ଓ ୨୬ ତାରିଖ ଶନିବାର ସନ୍ଧ୍ୟା ୬ଟା ୨୫ରେ ଛାଡିବ । ସେହିପରି ବେଙ୍ଗାଲୁରୁ କ୍ୟାଣ୍ଟରୁ ଜୁନ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ ଅର୍ଥାତ ମଙ୍ଗଳବାର ରାତି ୧୨ଟା ୨୦ରେ ଛାଡିବ । ଏହି ଟ୍ରେନ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ।

ସେହିପରି କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୦୮୫୧୯/୦୮୫୨୦ ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି- ବିଶାଖାପାଟନମ୍ ସ୍ପେଶାଲ୍ ଜୁନ୍ ୧୫ ତାରିଖରୁ ଜୁନ ତାରିଖ ମଧ୍ୟରେ ବିଶାଖାପାଟନମରୁ ଏବଂ ମୁମ୍ବାଇ ଏଲଟିଟିରୁ ୧୮ ଜୁନରୁ ୨ ଜୁଲାଇ ମଧ୍ୟରେ ଅସ୍ଥାୟୀ ଭାବେ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ ।

Leave A Reply

Your email address will not be published.