ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି କିଓ୍ୱି ବାହିନୀ । ରୋମାଞ୍ଚକର ମୁକାବିଲାରେ ହାରିବାକୁ ଥିବା ମ୍ୟାଚର ଶେଷ ଓଭରରେ ବାଜି ଓଲଟାଇ ଦେଲା ନ୍ୟୁଜିଲାଣ୍ଡ । ଇଂଲିଶ ବାହିନୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲା ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୧୬୭ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରାରମ୍ଭିକ ଝଟକା ପରେ ମ୍ୟାଚକୁ ଫେରିବା ପାଇଁ ଭରପୁର ପ୍ରୟାସ କରିଥିଲା କିଓ୍ୱି ଦଳ । ଶେଷ ୪ ଓଭରରେ ବିଜୟ ପାଇଁ ଦରକାର ଥିଲା ୫୭ ରନ୍ । ଅସମ୍ଭବ ଲାଗୁଥିଲା । ଇଂଲଣ୍ଡ ହାତରେ ଥିଲା ମ୍ୟାଚ୍ । କିନ୍ତୁ ୧୭ତମ ଓଭରରେ ସବୁକିଛି ଓଲଟ ପାଲଟ ହୋଇଗଲା ।
ଜେମ୍ସ ନିଶାମ ଧୂଆଁଧାର ବ୍ୟାଟିଂ କରିଥିଲେ । ଗୋଟିଏ ଓଭରରେ ୨୩ ରନ୍ ପିଟି ଇଂଲଣ୍ଡର ବିଜୟ ଆଶାକୁ ପାଣିଚିଆ କରିଥିଲେ । ସେହିପରି ୧୮ତମ ଓଭରରେ ଧମାକାରା ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ୨ଟି ଛକା ଜରିଆରେ ହାସଲ କରିଥିଲା ୧୪ ରନ୍ । ୧୨ ବଲରେ ଜିତିବାକୁ ୨୦ ରନ୍ ଦରକାର ଥିବା ବେଳେ ଆଉଟ୍ ହୋଇଥିଲେ ଜେମ୍ସ ନିଶାମ । ଏହାପରେ ୧୯ତମ ଓଭରରେ ଟାର୍ଗେଟ ହାସଲ କରିଥିଲା କିଓ୍ୱି ବାହିନୀ ।
View this post on Instagram
ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜୟର ବଦଲା ଟି-ଟ୍ୱେଣ୍ଟି ସେମି ଫାଇନାଲରେ ନେଇଛି ନ୍ୟୁଜିଲାଣ୍ଡ । ସୁପର ଓଭରରେ ୨୦୧୯ ବିଶ୍ୱକପ୍ ଜିତିଥିଲା କିଓ୍ୱି ଦଳ । ଦୁଇ ବର୍ଷ ପରେ ପରାଜୟର ପ୍ରତିଶୋଧ ନେଇଛି ।
Comments are closed.