Latest Odisha News

BREAKING NEWS

ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ, ନ୍ୟୁଜିଲାଣ୍ଡଠାରୁ ହାରିଲା ଆଫଗାନିସ୍ତାନ

ଆବୁଧାବି: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଆଜିର ଦିନ ନିରାଶ ଆଣିଛି । ଚଳିତ ଟି୨୦ ବିଶ୍ୱକପରେ ନ୍ୟୁଜିଲା-ଆଫଗାନିସ୍ତାନ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରୁଥିଲା । ମାତ୍ର ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୮ ଉଇକେଟରେ ଜିତି ଏହି ଆଶା ଧୂଳିସାତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୮ ଉଇକେଟ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା । ନଜିବୁଲ୍ଲା ଜାଦରନ ସର୍ବାଧିକ ୭୩ ରନ କରିଥିଲେ ।

ଜବାବରେ ନ୍ୟୁଜିଲାଣ୍ଡ ୧୮.୧ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କେନ ୱିଲିୟମସନ ୪୨ ବଲରେ ଅପରାଜିତ ୪୦ରନ ଏବଂ ଡେଭନ କେନୱେ ୩୨ ବଲରେ ୩୬ ରନ କରି ନଟଆଉଟ ରହିଥିଲେ । ଉଭୟ ତୃତୀୟ ଉଇକେଟରେ ୫୬ ବଲରେ ୬୮ ରନ ଯୋଗ କରିଥିଲେ । ଡେରେଲ ମିଚେଲ ୧୭ ଓ ମାର୍ଟିନ ଗୁପଟିଲ ୨୮ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ ।

Leave A Reply

Your email address will not be published.