ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫୧ ରନର ଅଗ୍ରଣୀ ହାସଲ କରିନେଇଛି । ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୧୬ ରନ କରିଛି । କେନ୍ ୱିଲିୟମସନ (୮୯) ଓ ରସ ଟେଲର ୪୪ ରନ କରିଥିଲେ । ବିଜେ ୱାଟଲିଂ ୧୪ ଏବଂ କଲିନ ଗ୍ରାଣ୍ଡହୋମ୍ ୪ ରନ କରି ଅପରାଜିତ ଅଛନ୍ତି ।
ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଉଇକେଟ ନେଇଛନ୍ତି ।
Comments are closed.