Latest Odisha News

BREAKING NEWS

ଭାରତର ବାୟୁସେନା ବିମାନକୁ ଅନୁମତି ଦେଉନି ଚୀନ; ସଂକଟରେ ଉହାନରେ ଫସିଥିବା ଭାରତୀୟ

ବେଜିଂ: ଭାରତୀୟ ବାୟୁସେନା ବିମାନକୁ ଉହାନ ଯିବାକୁ ଦେଉନି ଚୀନ । ଏବେ ବି କରୋନା ଭାଇରସର କେନ୍ଦ୍ରସ୍ଥଳ ଚୀନର ଉହାନରେ କିଛି ଭାରତୀୟ ଫସିରହିଛନ୍ତି । ଏହି ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଚୀନ ଯିବାର ଥିଲା । କିନ୍ତୁ ଏହି ବିମାନକୁ ଉଡାଣ ପାଇଁ ଅନୁମତି ଦେଉନି ଚୀନ ।

ଏହି ବିମାନ କରୋନା ଭାଇରସ ସହିତ ଜଡିତ କିଛି ମେଡିକାଲ ସାମଗ୍ରୀ ନେଇ ଉହାନ ଯିବ ଓ ସେଠାରେ ଫିସରହିଥିବା ଭାରତୀୟଙ୍କୁ ଫେରାଇ ଆଣିବ । କିନ୍ତୁ ଚୀନ ଏଥିରେ ବାଧା ସୃଷ୍ଟି କରୁଛି ଏବଂ ଭାରତୀୟଙ୍କ ଫେରିବା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।

ଅଧିକ ପଢ଼ନ୍ତୁ: ଭୟାବହ ହେଉଛି କରୋନା; ଦକ୍ଷିଣ କୋରିଆରେ ୫ଦିନରେ ୧୧ଗୁଣ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା

ରିପୋର୍ଟ ମୁ୍‌ତାବକ, ସି-୧୭ ଗ୍ଲୋବମାଷ୍ଟର ଫେବୃଆରୀ ୨୦ରେ ଉହାନ ପାଇଁ ଉଡାଣ କରିଥାନ୍ତା । କିନ୍ତୁ ଚୀନ ପକ୍ଷରୁ ଅନୁମତି ନମିଳିବାରୁ ଭାରତୀୟ ବିମାନଟି ଅଟକି ରହିଛି ।

Leave A Reply

Your email address will not be published.