Latest Odisha News

BREAKING NEWS

ଖୁବଶୀଘ୍ର ଆସୁଛି ଭିଭୋର ନୂଆ ସ୍ମାର୍ଟଫୋନ; ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ବ୍ରାଣ୍ଡ ଆଇକ୍ୟୁOO ଭାରତରେ ୨୫ ଫେବୃଆରୀକୁ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି |

କମ୍ପାନୀ ତରଫରୁ ବହୁ ସମୟ ଠାରୁ ଆଇକ୍ୟୁOO 3 ର ଟିଜର ଜାରିକରିଥିଲା | ହେଲେ ଲଞ୍ଚ ପୂର୍ବରୁ ମୋବାଇଲର ସବୁ ଫିଚର୍ସ ଓ ତଥ୍ୟ ଲିକ ହୋଇଯାଇଛି | ଏହି ସ୍ମାର୍ଟଫୋନ ଇକମର୍ସ ସାଇଟ ଫ୍ଲିପକାର୍ଟ ରୁ କିଣାଯାଇପାରିବ |

ଭାରତରେ ଏହାର ଦାମ ୪୫,୦୦୦ ଟଙ୍କା ଭିତରେ ରହିପାରେ | ବ୍ରାଣ୍ଡ ତରଫରୁ ଆଇକ୍ୟୁOO 3 ର ୪ଜି ଓ ୫ଜି ଭିନ୍ନ ଭିନ୍ନ ପ୍ରକାର ଲଞ୍ଚ କରାଯିବ | ଏହି ସ୍ମାର୍ଟଫୋନ କ୍ୱାଲକମ ସ୍ନାପଡ୍ରାଗନ ୮୬୫ ଚିପସେଟ ପାୱାଡ଼ ହେବ |

ସ୍ମାର୍ଟଫୋନ ର ଏକ ଇମେଜ ଚାଇନିଜ ସୋସିଆଲ ସାଇଟ Weibo ରେ ଦିଆଯାଇଛି | ଏହା ସାମ୍ନାକୁ ଆସିଛି ଯେ ଆଇକ୍ୟୁOO 3 ର ୪ଜି ଭର୍ସନ ର ମୂଲ୍ୟ ୩୫,୦୦୦ ଟଙ୍କା ପାଖାପାଖି ହେବ, ସେହିପରି ଏହି ୫ଜି ଭର୍ସନ ର ମୂଲ୍ୟ ପାଖାପାଖି ୪୦,୦୦୦ ଟଙ୍କା ପାଖାପାଖି ମୂଲ୍ୟରେ ଲଞ୍ଚ ହେବ | କମ୍ପାନୀ ଏହି ସ୍ମାର୍ଟଫୋନ ର ବଡ଼ ଡ଼ସପ୍ଲେ ଓ ୧୮୦ ହର୍ଷ ଟଚ ରେସପନ୍ସ ରେଟ କୁ ପ୍ରଥମରୁ ଟିଜ କରୁଛି | ଏହି ସ୍ମାର୍ଟଫୋନ ର କମଳା, କଳା ଓ ରୌପ୍ୟ ରଙ୍ଗରେ କିଣା ଯାଇପାରିବ |

୯୧ ମୋବାଇଲର ରିପୋର୍ଟ ରେ କୁହାଯାଇଛି ଯେ ଆଇକ୍ୟୁOO ସ୍ମାର୍ଟଫୋନ ଅଫଲାଇନ ଷ୍ଟୋର ରେ ମଧ୍ୟ ଉପଲବ୍ଧ ହେବ | ଲିକ ଫଟୋରୁ ଏହାର ଡିଜାଇନ ମଧ୍ୟ ଜଣାପଡିଛି | ଭି ସ୍ମାର୍ଟଫୋନ ର ରିୟର ପ୍ୟାନେଲ ରେ କ୍ୱାଡ଼ କ୍ୟାମେରା ସେଟଅଫ ମିଳିବ |

ସେହିପରି ଡିସପ୍ଲେ ଇ ସେଲ୍ଫି ପାଇଁ ହୋଲ ପଞ୍ଚ ଡିଜାଇନ ଦିଆଯାଇଛି ଓ ସେଲ୍ଫି କ୍ୟାମେରା କଟ-ଆଉଟ ସ୍କ୍ରିନ ଉପର ଡାହାଣରେ ମିଳିବ | ଏହି ସ୍ମାର୍ଟଫୋନ ର ପୋଲାର ଭିୟୁ ଡିସ୍ପଲେ ‘ ସୁପର ଆମୋଲେଡ ପ୍ୟାନେଲ ସହ ଦିଆଯାଇଛି | ଲିକ ଇମେଜ ସହ କୁହାଯାଇଛି ଯେ ଏହି ଡିଭାଇସ ରେ LPDDR5 ରାମ ଓ UFS 3.1 ଷ୍ଟୋରେଜ ମିଳିବ |

ମିଳିବ ଖାସ କ୍ୟାମେରା ଫିଚର୍ସ:

କ୍ୟାମେରା କଥା କହିଲେ , ରିୟର ପ୍ୟାନେଲ ରେ ଦେଖାଯାଉଥିବା କ୍ୟାମେରା ସେଟଅଫ ରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର | ଏହା ସହ ଇଣ୍ଟିଗ୍ରେଟେଡ଼ ଏଆଇ ଆଇ-ଟ୍ରାକିଂ ଟେକ ମଧ୍ୟ ଦିଆଯିବ | ଏଥିରେ ଲମ୍ବା ବ୍ୟାକପ ୪,୪୦୦ ଏମଏଚ ବ୍ୟାଟେରୀ ମିଳିବ , ଯାହା ୫୫ୱାଟ ସୁପର ଫ୍ଲାସ ଚାର୍ଜ ସପୋର୍ଟ ସହ ମିଳିବ | ଏଥିରେ ଏଚଆଇଏଫଆଇଏକେ୪୩୭୭ଏପିଏ ଆଂପ୍ଲିଫାୟାର ମଧ୍ୟ ଦିଆ ଯାଇଛି | ଏହି ସ୍ମାର୍ଟଫୋନ ର ଉପରେ ୩.୫ଏମଏମ ଅଡିଓ ଜ୍ୟାକ ମଧ୍ୟ ଦିଆଯାଇଛି ଓ ଆଣ୍ଡରଏଡ ୧୦ ଓଏସ ଆଉଟ-ଅଫ-ଦ-ବକ୍ସ ମିଳିପାରିବ |

ଭିିଭୋ ଆଇକ୍ୟୁ OO 3 ସ୍ପେସିଫିକେସନ
ପରଫରମାନ୍ସ : ସ୍ନାପଡ୍ରାଗନ ୮୬୫
ଷ୍ଟୋରେଜ : ୧୨୮ ଜିବି
କ୍ୟାମେରା : ୪୮+୧୩+୧୩+୨ ଏମପି
ବ୍ୟାଟେରୀ : ୪୪୪୦ ଏମଏଏଚ
ଡିସପ୍ଲେ : ୬.୪୪” (୧୬.୩୬ ସିଏମ)
ରାମ : ୬ ଜିିିିବି

Leave A Reply

Your email address will not be published.