Latest Odisha News

BREAKING NEWS

ଖେଳପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ସ୍ଥିତ କୁକିଆ ଗ୍ରାମ ନିକଟ ଖେଳ ପଡିଆରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜନୈକ ସ୍ଥାନୀୟ ବାସିନ୍ଦା କୌଣସି କାରଣବଶତଃ ବାହାରକୁ ଯାଇଥିବାବଳେ ଗ୍ରାମ ନିକଟ ଖେଳପଡିଆ ପାଖରେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଚାରିଆଡେ ଖୋଜାଖୋଜି କରିବା ପରେ ଉକ୍ତ ନବଜାତ ଶିଶୁଟିକୁ ପାଇଥିଲେ । ଏନେଇ ଗ୍ରାମବାସୀମାନେ ଆଶା ଦିଦିଙ୍କୁ ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ନବଜାତକକୁ ଚିକିତ୍ସା ନିମନ୍ତେ ଉଳୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶିଶୁଟିକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.