Latest Odisha News

BREAKING NEWS

ନବଜାତ ଯାଆଁଳା ଶିଶୁଙ୍କୁ କରୋନା; ଭଦୋଦରା

ଭଦୋଦରା: ଗୁଜୁରାଟର ଭଦୋଦରାଠାରେ ଏକ ନବଜାତ ଯାଆଁଳା ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭଦୋଦରା, ଏସଏସଜି ହସ୍ପିଟାଲ, ପେଡିଆଟ୍ରିକ୍ସ ବିଭାଗର ମୁଖ୍ୟ ଡ. ଶିଲ ଆୟରଙ୍କ ଅନୁଯାୟୀ ନବଜାତ ଶିଶୁଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯାଉଛି।

“ଡିସଚାର୍ଜ ହେବାର ୧୫ ଦିନ ପରେ ଶିଶୁମାନଙ୍କୁ ପୁଣି ଥରେ ଡାକ୍ତରଖାନାକୁ ଅଣାଯାଇଥିଲା। ଆମେ ପ୍ରଥମେ ସଂକ୍ରମଣର ସମସ୍ତ ସାଧାରଣ କାରଣ ଜାଣିବା ପାଇଁ ପରୀକ୍ଷା କରାଇଥିଲୁ। କିନ୍ତୁ ପରେ ଯେତେବେଳେ ଆମେ ସେମାନଙ୍କୁ କୋଭିଡ୍-୧୯ ସଂକ୍ରମଣ ପାଇଁ ପରୀକ୍ଷା କରିଥିଲୁ ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ବୋଲି ଡାକ୍ତର କହିଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ନବଜାତ ଶିଶୁର ଉଭୟ ପିତାମାତା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି।

Comments are closed.